ଓଡ଼ିଶା ସବୁଜ ପତ୍ରିକା ମହିଳା ମହାସଂଘକୁ ମନ୍ତ୍ରୀଙ୍କ ପ୍ରତିଶ୍ରୁତି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଓଡ଼ିଶା ସବୁଜ ପତ୍ରିକା ମହିଳା ମହାସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଆଜି ମାନ୍ୟବର ମନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା (ଇ.ଏସ୍.ଆଇ) ବିଭାଗର ସୁଶାନ୍ତ ସିଂ ଏବଂ ଯାଜପୁରର ମାନ୍ୟବର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏକ ବୈଠକ ଗତକାଲି ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ଗ୍ରାମ୍ୟ ଉନ୍ନୟନ ତଥା ଶ୍ରମ ଓ ଇ.ଏସ୍.ଆଇ ସଚିବ ସ୍ତରୀୟ ବୈଠକରେ ଲେକସେବା ଭବନରେ ଓଡ଼ିଶା ସବୁଜ ପତ୍ରିକା ମହିଳା ମହାସଂଘର ଆଲୋଚନା କରାଯାଇଥିବା ଦାବି ସଂପର୍କରେ ପୁନଃ ଆଲୋଚନା କରାଯାଇ ତାହା କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି ବୈଠକରେ ସଂଘର କାର୍ଯ୍ୟକାରୀ ସଭାନେତ୍ରୀ ଲକ୍ଷ୍ମୀ ଦେବୀଙ୍କ ସମେତ ମଞ୍ଜୁଳା ମହାପାତ୍ର, ସରୋଜୀନୀ ଭଟ୍ଟ, ସୁସ୍ମିତା ଘୋଷ, ତପସ୍ୱୀନୀ ପରିଡ଼ା, ଅନସୁୟା ବଳ, ଧରିତ୍ରୀ ପଣ୍ଡା, ବିଷ୍ଣୁପ୍ରିୟା ମହାନ୍ତି, ଜ୍ୟୋର୍ତିମୟୀ ମିଶ୍ର ପ୍ରମୁଖ ସଂଘର ପ୍ରାୟ ୨୦୦ ବିଭିନ୍ନ ଜିଲ୍ଲାରୁ ଆସିଥିବା କର୍ମକର୍ତ୍ତାମାନେ ଉପସ୍ଥିତ ରହି ଉକ୍ତ ଦାବିଗୁଡିକ କାର୍ଯ୍ୟକାରୀ କରିବା ଦିଗରେ ଗୁରୁତ୍ୱାରୋପ କରିଥିଲେ । ପ୍ରତି ଗ୍ରୀନ୍ କାର୍ଡଧାରୀ ମା’ ମାନଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ସହାୟତା ମାସକୁ ୧୦୦୦ ଟଙ୍କା ଭତ୍ତା ପ୍ରଦାନ । ଗ୍ରୀନ୍ କାର୍ଡଧାରୀ ପିଲାମାନଙ୍କୁ ଶିକ୍ଷା କ୍ଷେତ୍ରରେ ଆର୍ôଥକ ସହାୟତା । ୫ଲକ୍ଷ ମୃତ୍ୟୁକାଳୀନ ବୀମା ସହାୟତା । ପାଇଖାନା ଏବଂ ବିଜୁ ପକ୍କାଘର ଅଗ୍ରାଧିକାର ଭିତ୍ତିରେ ପ୍ରଦାନ । ଶିକ୍ଷା ଏବଂ ଚାକିରି କ୍ଷେତ୍ରରେ ସଂରକ୍ଷଣ । ଇନକମ୍ ଜେନେରେସନ୍ ପାଇଁ ୫୦ହଜାରରୁ ୧ଲକ୍ଷ ପର୍ଯ୍ୟନ୍ତ ବିନା ସୁଧରେ ଋଣ ପ୍ରଦାନ । ଭୂମିହୀନ ଗ୍ରୀନ୍ କାର୍ଡଧାରୀ ମା’ ମାନଙ୍କୁ ଭୂମି ପ୍ରଦାନ । ପ୍ରତ୍ୟେକ ଗ୍ରୀନ୍ କାର୍ଡଧାରୀ ମା’ ମାନଙ୍କୁ ୧୯୮୨ ରୁ ୨୦୧୨ ପର୍ଯ୍ୟନ୍ତ ଗ୍ରୀନ୍ କାର୍ଡ ପ୍ରଦାନ । ପ୍ରତ୍ୟେକ ଗ୍ରୀନ୍ କାର୍ଡଧାରୀ ଏବଂ ଅନାଥ ପରିବାରମାନଙ୍କୁ ଏହି ସହାୟତା ପ୍ରଦାନ । ଏହି ଦାବି ଗୁଡିକ ଖୁବ୍ ଶୀଘ୍ର ଏକ ମନ୍ତ୍ରୀସ୍ତରୀୟ ବୈଠକ ଡକାଯାଇ ସବୁଜ ପତ୍ରିକା ମହିଳା ମହାସଂଘର ଦାବିଗୁଡିକ ବିଚାରକୁ ନିଆଯିବା ସଙ୍ଗେସଙ୍ଗେ ଦାବିଗୁଡିକ କିଭଳି କାର୍ଯ୍ୟକାରୀ ହେବ ସେଦିଗରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ସିଂ ଏବଂ ବିଧାୟକ ପ୍ରଣବ ପ୍ରକାଶ ଦାସ ସଂଘର କର୍ମକର୍ତ୍ତାମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।