ଓଡ଼ିଶା ସାମ୍ବାଦିକ ୟୁନିଅନ ପୁରୀ ଜିଲ୍ଲା ଶାଖାର ଵୈଠକ

କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା): କୋଣାର୍କ ସ୍ଥିତ ପୂର୍ତ ଵିଭାଗ ଡାକ ବଙ୍ଗଳା ସମ୍ମେଳନ କକ୍ଷରେ ଓଡିଶା ସାମ୍ବାଦିକ ୟୁନିଅନ ପୁରୀ ଜିଲ୍ଲା ଶାଖା ର ସାଂଗଠନିକ ବୈଠକ ରାଜ୍ୟ ସଭାପତି ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଖଵରରୁ ପ୍ରକାଶ ଯେ ଓଡିଶା ସାମ୍ବାଦିକ ୟୁନିଅନ ପୁରୀ ଜିଲ୍ଲା ଶାଖା ଗଠନ କରି ପୁରୀ ଜିଲ୍ଲାକୁ କ୍ରିୟାଶୀଳ କରିବା, ସାମ୍ବାଦିକ ଙ୍କ ପାଇଁ ସୁରକ୍ଷା ପାଇଁ ଆଇନ ପ୍ରଣୟନ, ସାମ୍ବାଦିକ କଲ୍ୟାଣ ପାଣ୍ଠି କୁ ତ୍ୱରାନ୍ୱିତ କରି ସେମାନଙ୍କ ସ୍ବାସ୍ଥ୍ୟ ସମାସ୍ଯା ର ସମାଧାନ କରିଵା ସହ ମୃତ୍ୟୁ କାଳୀନ ସହାୟତା ପ୍ରଦାନ କରିବା ସହିତ ସମାଜ ରେ ଦୁସ୍ଥ ଵର୍ଗ ର ଅସହାୟ ଜନସାଧାରଣ ଙ୍କୁ ନ୍ଯାୟ ପ୍ରଦାନ ଦିଗରେ ପ୍ରୟାସ ଜାରି ରଖିବା ପାଇଁ ମତବ୍ୟକ୍ତ କରିଥିଲେ। ଏହି ବୈଠକରେ ଓଡିଶା ସାମ୍ବାଦିକ ୟୁନିଅନ ର ସାଧାରଣ ସମ୍ପାଦକ କୈଳାସ ଚନ୍ଦ୍ର ନାୟକ ସଂଗଠନ ର ଆଭିମୁଖ୍ୟ ଓ କାର୍ଯ୍ୟ ପନ୍ଥା ଵିଷୟ ରେ ଆଲୋକପାତ କରିଥିଲେ। ଏହି ବୈଠକରେ ବରିଷ୍ଠ ସାମ୍ବାଦିକ ଗଗନ କୁମାର ସାହୁ, ମହେଶ୍ୱର ସାମଲ, ଅକ୍ଷୟ କୁମାର ନାୟକ, ମନୋରଞ୍ଜନ ପଣ୍ଡା, ପ୍ରଶାନ୍ତ କୁମାର ସାହୁ, ସୁଵାସ ସେନାପତି, ସନ୍ତୋଷ କୁମାର ରାୟ, ଜ୍ଯୋତି ରାଜ ମହାନ୍ତି, ପ୍ରଶାନ୍ତ କୁମାର ରାୟ, ସୁକାନ୍ତ କୁମାର ବିଶ୍ବାଳ, ସୁଵାସ ଵେଉରା, ଗଣେଶ ଚନ୍ଦ୍ର ଵେହେରା, ଅବନୀ ଭୂଷଣ ଵାରିକ, ଵିଶ୍ଵଜିତ ରାଉତରାୟ, ପ୍ରମୋଦ ଗୋଛାୟତ ସମେତ ୪୦ରୁ ଉର୍ଦ୍ଧ୍ଵ ସାମ୍ବାଦିକ ଏହି ବୈଠକରେ ଯୋଗଦେଇ ସେମାନଙ୍କ ର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ଏହି ଅବସରରେ ପୁରୀ ଜିଲ୍ଲା ଆବାହକ ଭାବରେ ପ୍ରଶାନ୍ତ କୁମାର ସାହୁ ଓ ଉପ ଆବାହକ ଭାବରେ ଭାଗିରଥି ସ୍ଵାଇଁ ଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା। ଆଗାମୀ ଦିନରେ ପୁରୀ ଜିଲ୍ଲା ର ୧୧ଗୋଟି ବ୍ଲକ ସମେତ ଏନ ଏ ସି ଓ ମ୍ଯୁନିସପାଲିଟ ରେ ସଭ୍ଯ ସଂଗ୍ରହ ଅଭିଯାନ କୁ ତ୍ୱରାନ୍ୱିତ କରାଯିବା ପରେ ଜିଲ୍ଲା ସ୍ତରରେ କମିଟି ଗଠନ କରାଯାଇ କର୍ମକର୍ତ୍ତା ଚୟନ କରାଯିବ ବୋଲି ଆଵାହକ ପ୍ରଶାନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ