ଓୟୁଜେ ପକ୍ଷରୁ ଦ୍ବିବାର୍ଷିକ ସାଧାରଣ ପରିଷଦ ବୈଠକ

ଜୟପୁର,(ଓ୍ବାଇଏନ୍ଏସ୍): ପାରାବେଡା ସ୍ଥିତ ରୁତୁରାଜ କଲ୍ୟାଣ ମଣ୍ତପ ପରିସରରେ ଓଡିଶା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ଜୟପୁର ଶାଖାର ଦ୍ବିବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଦୁଇଟି ପର୍ଯ୍ୟାୟରେ ଆୟୋଜିତ ଏହି ବୈଠକର ପ୍ରଥମ ପର୍ଯ୍ୟାୟରେ ସଭାପତି ରାଜେନ୍ଦ୍ର ଗୌଡଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପୌର ଉପାଧ୍ୟକ୍ଷ ସୂର୍ଯ୍ୟନାରାୟଣ ରଥ ଉପସ୍ଥିତ ଥିବା ବେଳେ ଜାତୀୟ କାର୍ଯ୍ୟକାରିଣି ସଦସ୍ୟ ପରିକ୍ଷିତ ବିଶ୍ବାଳ, ରାଜ୍ୟ ସ˚ଗଠନ ସ˚ପାଦକ ଶଶଧର ରାଉତ, ପୂର୍ବତନ ସଭାପତି ରଞ୍ଜନ ଦାସ, କାର୍ଜ୍ୟକାରି ସଭାପତି ଭବାନୀ ମିଶ୍ର, ମଙ୍ଗଳ କମିଟି ଅଧ୍ୟକ୍ଷ ଟି ଗୌରୀ ଶଙ୍କର ଉପସ୍ଥିତ ଥିଲେ। ଏହି ଅବସରରେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ସାମ୍ବାଦିକଙ୍କ ମୃତ୍ୟୁ ଘଟିଲେ ସାମ୍ବାଦିକଙ୍କ ପରିବାରକୁ ସାମାଜିକ ନିରାପତ୍ତା ସୁରକ୍ଷାରେ ୪ଲକ୍ଷ ଟଙ୍କା ପରିବର୍ତ୍ତେ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି ବୋଲି କହିଥିଲେ। ଏପରିକି ସାମ୍ବାଦିକଙ୍କ ସୁରକ୍ଷା ଯୋଗାଇ ଦେବା ସହ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ବୀମା ଯୋଜନାରେ ସାମ୍ବାଦିକଙ୍କ ମା ବାପାଙ୍କୁ ତାଲିକାଭୁକ୍ତ କରିବା ପାଇଁ କହିଥିଲେ। କୋଭିଡ ଟିକାକରଣ ପ୍ରଥମେ ସାମ୍ବାଦିକଙ୍କ ଠାରୁ ଆରମ୍ଭ କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରାଯିବ ବୋଲି କହିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ କର୍ମକର୍ତ୍ତା ଚୟନ କରାଯାଇଥିଲା। ସର୍ବସମ୍ମତି କ୍ରମେ ସଭାପତି ଭାବେ ଭବାନୀ ଶଙ୍କର ମିଶ୍ର, ଉପସଭାପତି ଭାବେ ପରମେଶ୍ବର ସାହୁ,ପ୍ରତାମ ନିମଲ, ସାଧାରଣ ସ˚ପାଦକ ଭାବେ ରାଜେନ୍ଦ୍ର ଗୌଡ,ଯୁଗ୍ମ ସ˚ପାଦକ ଭାବେ ସୌମ୍ୟ ରଞ୍ଜନ ସାହୁ, ମନୋଜ ନାୟକ ଓ କୋଷାଧ୍ୟକ୍ଷ ଭାବେ ରଞ୍ଜନ କୁମାର ଦାସ, ଓ କାର୍ଯ୍ୟକାରୀ ସଭାପତି ଭାବେ ଭୁଷିତ ବିଡିକା, ଓ ଉପଦେଷ୍ଠା ମଣ୍ତଳିରେ ପରିଖିତ ବିଶ୍ବାଳ, ଶରତ ନାୟକ, ଶସଧର ରାଉତଙ୍କୁ ଚୟନ କରାଯାଇଥିବା ବେଳେ ମଙ୍ଗଳ କମିଟି ଅଧ୍ୟକ୍ଷ ଭାବେ ଟି. ଗୌରୀଶଙ୍କରଙ୍କୁ ଚୟନ କରାଯାଇଥିଲା। କାର୍ଯ୍ୟକାରିଣି ସଦସ୍ୟ ଭାବେ ଶରତ ଧଳ, ପ୍ରମୋଦ କୁମାର ଜେନା, ଅମିତ କୁମାର ହୋତା, ସୁମନ୍ତ କୁମାର ସାହୁ, ଗୋବିନ୍ଦ ରାଜ ସୁବୁଦ୍ଧି, ଭାନୁ ପ୍ରତାପ ନାୟକ, କଳ୍ପତରୁ ମହାନ୍ତି, ସଞ୍ଜିବ ବଙ୍ଗାରୀ, ଅମିତ କୁମାର ପରିଚ୍ଛା, ଚନ୍ଦ୍ର ଶେଖର ତ୍ରିପାଠୀ, ନବିନ ପାଲକା, କୃଷ୍ଣସ୍ବାଇଁ, ତ୍ରିନାଥ ଖରା, ପ୍ରମୋଦ ଖରା ଙ୍କୁ ଚୟନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ