ଓୟୁଜେ ପକ୍ଷରୁ ଫକୀର ମୋହନ ଜୟନ୍ତୀ

ବାଲେଶ୍ୱର, (ସରୋଜ ପଣ୍ଡା) : ଓଡ଼ିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟସ (ଓୟୁଜେ) ପକ୍ଷରୁ ଆଜି ବ୍ୟାସକବିଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ସଂଗଠନ ପକ୍ଷରୁ ଫକୀର ମୋହନ ଗୋଲେଇଠାରେ ବ୍ୟାସକବିଙ୍କ ପ୍ରତିମୂର୍ତ୍ତିରେ ସାମୂହିକ ମାଲ୍ୟାର୍ପଣ ପ୍ରଦାନ କରାଯାଇଥିଲା । ବିଶିଷ୍ଟ ସମାଜସେବୀ ସୁବାସିନୀ ଜେନା ଏଥିରେ ଯୋଗଦେଇ ମାଲ୍ୟାର୍ପଣ କରିବା ସହ ଓଡ଼ିଆ ଭାଷାର ସୁରକ୍ଷାରେ ବ୍ୟାସକବିଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ଗଙ୍ଗାଧର ରାଉତ, ରତିକାନ୍ତ ପାତ୍ର, ଲାଭା ପାଣ୍ଡେ, ଅଜିତ କୁମାର ମହାନ୍ତି, ଅଧୀପ ଜେନା ପ୍ରମୁଖ ଓଜେୟୁର କର୍ମକର୍ତ୍ତା ଓ ସଦସ୍ୟମାନେ ଏଥିରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ