ଓୟୁଜେ ପକ୍ଷରୁ ଫୁଲୱାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ବାଲେଶ୍ୱର, (ସରୋଜ ପଣ୍ଡା):ଓଡ଼ିଶା ସାମ୍ବାଦିକ ୟୁନିୟନ ‘ଓୟୁଜେ’ବାଲେଶ୍ୱର ଶାଖା ପକ୍ଷରୁ ଫୁଲୱାମା ସହିଦଙ୍କ ଉଦ୍ଦେଶ୍ୟରେ ମଙ୍ଗଳବାର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ବାଲେଶ୍ୱର ଷ୍ଟେସନ ପରିସରସ୍ଥ ଫକୀରମୋହନ ସେନାପତିଙ୍କ ପ୍ରତିମୂର୍ତ୍ତି ନିକଟରେ ସଂଗଠନର ଜିଲ୍ଲା ସଭାପତି ଗଙ୍ଗାଧର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ପାଦକ ବିବେକାନନ୍ଦ ଦାସ, କୋଷାଧ୍ୟକ୍ଷ ସୁରେଶ ଚନ୍ଦ୍ର ଦାସ, ଟାଉନ ସଭାପତି ମନୋଜ କୁମାର ରାଉଳ, ମ୍ୟୁନିସିପାଲଟି ସଭାପତି ହାଇଦର ଖାନ, ବରିଷ୍ଟ ସଦସ୍ୟ ଅଜିତ କୁମାର ମହାନ୍ତି, ମାନସ କୁମାର ବିଶ୍ୱାଳ, ଅଧୀପ କୁମାର ଜେନା, ପ୍ରସନ୍ନଜିତ୍ ଆଶ, ଅରୂପ ନାରାୟଣ ମହାନ୍ତି, ବିନାୟକ ମହାପାତ୍ର, ବରିଷ୍ଟ ସାମ୍ବାଦିକ ଶଶିରଂଜନ ମଲ୍ଲିକ, ଷ୍ଟେସନ କ୍ଳବ୍‌ର ସଭାପତି ଗିରିଜା ଶଙ୍କର ଦାସ, ସମାଜସେବୀ ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଦେଶକୁ ବିଦେଶୀ ଅନୁପ୍ରବେଶକାରୀଙ୍କ କବଳରୁ ରକ୍ଷା କରିବା ପାଇଁ ଦିନରାତି କାର୍ଯ୍ୟ କରୁଥିବା ସୀମା ସୁରକ୍ଷା ବାହିନୀଙ୍କ ପାଇଁ ଆମେ ଆଜି ଶାନ୍ତିରେ ଜୀବନ ଯାପନ କରୁଛନ୍ତି ବୋଲି କହିଥିଲେ । କର୍ତ୍ତବ୍ୟ ସମ୍ପାଦନ ବେଳେ ୨୦୧୯ମସିହା ଆଜିର ଦିନରେ ସିଆରପିଏଫ ଯବାନଙ୍କ ଗାଡ଼ିକୁ ମାନବ ବୋମାଧାରୀ ଆତଙ୍କବାଦୀ ସଂଗଠନର ସଦସ୍ୟ ଯେଭଳି ବିସ୍ଫୋରଣରେ ଉଡ଼ାଇ ଦେଇଥିଲେ ତାହା ସମଗ୍ର ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଥିଲା ।ଏହି ବିସ୍ଫୋରଣରେ ୪୬ଜଣ ଯବାନ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ଅନେକ ଆହତ ହୋଇଥିଲେ । ସେହି ସହିଦ ଯବାନମାନଙ୍କ ଅମର ଆତ୍ମାର ସଦଗତି ପାଇଁ ଓୟୁଜେର କର୍ମକର୍ତ୍ତା ସଦସ୍ୟ ଓ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ