ଓୱେସୀଙ୍କ ଘର ଉପରେ ଆକ୍ରମଣ,
ନୂଆଦିଲ୍ଲୀ: ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସୀଙ୍କ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ତଥାକଥିତ ହିନ୍ଦୁ ସେନା କର୍ମୀମାନେ ବ୍ୟାପକ ଭଙ୍ଗା ରୁଜା କରିଛନ୍ତି। ଏଥିସହ ସେମାନେ ଓୱେସୀଙ୍କ ଘରର ଦେଖାଶୁଣା କରୁଥିବା ରାଜୁ ନାମକ ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରିଛନ୍ତି। ବାସଭବନରେ ସେମାନେ ଭଙ୍ଗାରୁଜା କରିବା ବେଳେ ବିଭିନ୍ନ ପ୍ରକାରର ଧାର୍ମିକ ନାରା ଦେଇଥିଲେ। ସେହିପରି ଓୱେସୀଙ୍କୁ ହତ୍ୟା କରିବାକୁ ମଧ୍ୟ ଧମକ ଦେଇଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ବେଳେ ପୁଲିସ୍ ୫ ଜଣଙ୍କୁ ଗିରଫ କରିଥିବା ସୂଚନା ଦେଇଛି। ସେମାନେ ନିଜକୁ ହିନ୍ଦୁ ସେନାର ସଦସ୍ୟ ବୋଲି ଦାବି କରିଛନ୍ତି। କିନ୍ତୁ ଏଥିରେ କେତେ ସତ୍ୟତା ରହିଛି, ତା’ର ତଦନ୍ତ ପୁଲିସ କରୁଛି।


