ଓ.ଏମ୍‌.ସି. ୧୦ମ ପୂର୍ବ ଭାରତୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାମିଃ ଇଷ୍ଟର୍ଣ୍ଣ ଇଣ୍ଡିଆ-୨୦୨୦ ଉଦ୍‌ଯାପିତ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଦୁଇଦିନିଆ ଓଡ଼ିଶା ମାଇନିଙ୍ଗ କର୍ପୋରେସନ ଦ୍ୱାରା ପ୍ରାୟୋଜିତ ୧୦ମ ପୂର୍ବ ଭାରତୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ମିଃ ଇଷ୍ଟର୍ଣ୍ଣ ଇଣ୍ଡିଆ-୨୦୨୦ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ପୂର୍ବ ଭାରତୀୟ ରାଜ୍ୟଗୁଡ଼ିକ ମଧ୍ୟରୁ ଆସାମ, ମଣିପୁର, ମିଜୋରାମ, ମେଘାଳୟ, ପଶ୍ଚିମବଙ୍ଗ, ବିହାର, ଛତିଶଗଡ, ଓଡ଼ିଶା ସମେତ ୮ଟି ରାଜ୍ୟରୁ ପ୍ରାୟ ୨୩୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ୭ଟି ଓଜନ ବର୍ଗରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଓଡ଼ିଶାର ଅନିଲ ଗୋଚ୍ଛିକାର ଶ୍ରେଷ୍ଠ ବିବେଚିତ ହୋଇ ‘ମିଷ୍ଟର ଇଷ୍ଟର୍ଣ୍ଣ ଇଣ୍ଡିଆ-୨୦୨୦’ ଟାଇଟଲ ଅର୍ଜନ କରିଛନ୍ତି । ଏହା ସହିତ ୫୫କେଜି ଓଜନବର୍ଗରେ କୁମାର ସିଦ୍ଧାର୍ଥ, ଓଡ଼ିଶାର ଆକବର ଅଲ୍ଲୀ, ପଶ୍ଚିମବଙ୍ଗର ଜିତେଶ କୁମାର ବାରିକ, ୬୦ କେଜିରେ ଓଡ଼ିଶାର ଝାଣ୍ଟୁ ମାଝି, ପଶ୍ଚିମବଙ୍ଗର ଚନ୍ଦନ କୁମାର, ୬୫ କେଜିରେ ବିନୟ କୁମାର ସାହୁ, ଚିକୁନ ମାଝି, ଅଜିସ ମଜୁମଦାର, ୭୦ କେଜିରେ ଜଗନ୍ନାଥ ଖୁଣ୍ଟିଆ ଓଡ଼ିଶା, ଜିତେନ୍ଦ୍ର କୁମାର ରାୟ ପଶ୍ଚିମବଙ୍ଗ, ରଞ୍ଜନ ଦାସ ଆସାମ, ୭୫ କେଜିରେ ଅନିଲ ଗୋଚ୍ଛିକାର ଓଡ଼ିଶା, ପ୍ରାଣକୃଷ୍ଟ ସାହୁ ଓଡ଼ିଶା, ଶୁଭାୟନ ଦାସ ପଶ୍ଚିମବଙ୍ଗ, ୮୦ କେଜିରେ ଭବାନୀ ଶଙ୍କର ପୃଷ୍ଟି ଓଡ଼ିଶା, ସୌମ୍ୟରଞ୍ଜନ ସେଠୀ ଓଡ଼ିଶା, ବିଶ୍ୱଜିତ୍ ପ୍ରତିହାରୀ ଓଡ଼ିଶା, ୮୦ କେଜିରୁ ଉର୍ଦ୍ଧ୍ୱ ବର୍ଗରେ ପ୍ରଦୀପ୍ତ ସାମନ୍ତ ପଶ୍ଚିମବଙ୍ଗ, ସମିରନ୍ ନନ୍ଦୀ ପଶ୍ଚିମବଙ୍ଗ, ସୁଜିତ୍ କୁମାର ଜେନା ଓଡ଼ିଶା ଯଥାକ୍ରମେ ପ୍ରଥମରୁ ତୃତୀୟ ସ୍ଥାନ ଲାଭ କରିଥିଲେ । ସେହିପରି ମେନ୍ ସ୍ପୋର୍ଟସ ଫିଜିକାଲ ଫିଟ୍‌ନେସରେ ଗୌ÷ରବ ଶର୍ମା ଆସାମ, ରାଜଭର ଅରୁଣାଚଳ ପ୍ରଦେଶ, ନିଳାଦ୍ରୀ ବସୁ ପଶ୍ଚିମବଙ୍ଗ, ମହିଳା ମଡ଼େଲ ଫିଜିକ୍ ସ୍ପୋର୍ଟସରେ ପଲ୍ଲବୀ ଜୟସାଲ ପଶ୍ଚିମବଙ୍ଗ, ପର୍ଚୁଆଇ ଲୋଭି ହମର ମିଜୋରାମ, ଶିବାନୀ ଦାସ ଓଡ଼ିଶା ଯଥାକ୍ରମେ ପ୍ରଥମର ତୃତୀୟ ସ୍ଥାନ ଲାଭ କରିଥିଲେ । ଏହି ପ୍ରତିଯୋଗିତାରେ ସୁନ୍ଦର ସ୍ୱାସ୍ଥ୍ୟ ସଂଘର ସଭାପତି ତଥା ପଦ୍ମଶ୍ରୀ ଓ ଅର୍ଜୁନ ପୁରସ୍କାର ବିଜେତା ଶ୍ରୀଯୁକ୍ତ ପ୍ରେମଚାନ୍ଦ ଡୋଗ୍ରା, ମିଷ୍ଟର ୟୁନିଭର୍ସ ତଥା ବିଶ୍ୱ ଫିଜିକ ଫିଟ୍‌ନେସ ସଂଘର ସଚିବ ଚେତନ ପଠାରେ, ଭାରତ ସରକାରଙ୍କ ଶ୍ରମ ଆୟୁକ୍ତ ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ମିଶ୍ର ସମ୍ମାନିତ ଅତିଥି ରୂପେ ଯୋଗଦାନ କରି କୃତି ପ୍ରତିଯୋଗୀମାନଙ୍କୁ ଅର୍ଥରାଶି, ମାନପତ୍ର, ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ । ଇଷ୍ଟର୍ଣ୍ଣ ଇଣ୍ଡିଆ ସ୍ୱାସ୍ଥ୍ୟ ସଂଘର ସଭାପତି ପ୍ରସନ୍ନ ମହାସୁଆର, ସମ୍ପାଦକ କୁଳଦୀପ ରାଜ କର୍ମକାର, ରାଜ୍ୟ ସ୍ୱାସ୍ଥ୍ୟ ସଂଘର ପାଟ୍ରନ ମାନସ ରଞ୍ଜନ ମହାପାତ୍ର, ଭୁବନେଶ୍ୱର ଜିଲ୍ଲା ସ୍ୱାସ୍ଥ୍ୟ ସଂଘର କବିରାଜ ସ୍ୱାଇଁ, ରାଜ୍ୟ ସ୍ୱାସ୍ଥ୍ୟ ସଂଘର ସଭାନେତ୍ରୀ ସୁମିତ୍ରା ତ୍ରିପାଠୀ, ଯୁଗ୍ମ ସମ୍ପାଦକ ପ୍ରଫୁଲ୍ଲ ଗୁରୁଙ୍କ ଉପସ୍ଥିତିରେ ପ୍ରତିଯୋଗିତାଟି ଆକର୍ଷଣୀୟ ହୋଇଥିଲା । ପ୍ରତିଯୋଗିତାରେ ବାବୁଲି ସ୍ୱାଇଁ, ବିଜୟ ଦାସ, ତରୁଣ ଚାଟାର୍ଜୀ ସୁବାସ ପାଲ ମେଘାଳୟ, ସୁଦୀପ୍ତ ସେନଗୁପ୍ତ ପଶ୍ଚିମବଙ୍ଗ ବିଚାରକ ଭାବେ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ବିନୋଦ ମହାରଣା, ଦିବାକର ପ୍ରହରାଜ, ବିବେକାନନ୍ଦ ବାରିକ, ଜିତେନ୍ଦ୍ର ଜେନା ଷ୍ଟେଜ ମାର୍ଶାଲ ଦାୟିତ୍ୱ ନିର୍ବାହ କରିଥିଲେ । ଅଫିସିଆଲ କାର୍ଯ୍ୟରେ ମେହେନ୍ତର ମହାରଣା ସହଯୋଗ କରିଥିବାବେଳେ ରାଧାକାନ୍ତ ମହାପାତ୍ର, ବିକାଶ ଚନ୍ଦ୍ର ପଟ୍ଟନାୟକ, ସୁଶ୍ରୀ ସ୍ନେହାଶ୍ରୀ ସାହୁଙ୍କୁ ସମ୍ମାନିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ