ଓ.ଏସ.ଇ.ବି. ବିଜୁଳି କର୍ମଚାରୀ ସଂଘର ବୈଠକ
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର ):ଓ.ଏସ.ଇ.ବି. ବିଜୁଳି କର୍ମଚାରୀ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସଂଘର ରାଜ୍ୟ କାର୍ଯ୍ୟକାରୀ ସଭାପତି ନୃସିଂହ ଚରଣ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି. ବୈଠକରେ ସଂଘର କାର୍ଯ୍ୟକାରୀ ସଭାପତି ସର୍ବପ୍ରଥମେ ବିଶ୍ଵର ସମସ୍ତ ଶ୍ରମିକ ଓ କର୍ମଚାରୀ ମାନଙ୍କର ମଙ୍ଗଳ କାମନା କରିଥିବା ବେଳେ ଏହି ଅବସର ରେ ନୂତନ ବର୍ଷ ୨୦୨୫ର ସଂଘୀୟ କ୍ୟାଲେଣ୍ଡର ସଭାପତିଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା. ସଭାରେ ଅନ୍ୟମାନଙ୍କ ମଧ୍ୟରେ ବ୍ରଜେନ୍ଦ୍ର ବାରିକ, ରାଜେନ୍ଦ୍ର ଗିରି, ବିଜୟ ଦାସ, ଉପେନ୍ଦ୍ର ବାରିକ, ଶିବ ପ୍ରସାଦ ମହାପାତ୍ର, ସଂଜିତ ମାଝୀ, କରୁଣାକର ମହନ୍ତ, ପଙ୍କଜ ମହନ୍ତ, ବିଶେଶ୍ୱର ଖିଲାର ପୂର୍ଣ୍ଣଚନ୍ଦ୍ର ତରେଇ, ଅଶୋକ ସେଠୀ, ସଂଗ୍ରାମ ପରିଡ଼ା ପ୍ରମୁଖ ଯୋଗଦେଇ ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ.