ଓ.ଏସ.ଡି.ଏମ.ଏ ତରଫରୁ ଜିଲ୍ଳାର ପାଞ୍ଚଟି ଗ୍ରାମରେ ସୁନାମୀ ମକ ଡ୍ରିଲ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା):ଗ୍ରାମରେ ସୁନାମୀ ମକ ଡ୍ରିଲ ପାଳନ କରାଯାଇଅଛି । ଓଡିଶା ସବୁ ସମୟରେ ବିଭିନ୍ନ ବିପର୍ଜୟ ଯଥା ବନ୍ୟା, ବାତ୍ୟା, ମରୁଡ଼ି, ବଜ୍ରାଘାତ ଇତ୍ୟାଦିର ସମୁଖୀନ ହୋଇ ଆସିଅଛି ଏବଂ ଏହାକୁ ସଫଳ ଭାବେ ସାମନା କରି ବିଭିନ୍ନ ଦେଶ ବିଦେଶରେ ସୁନାମ ଅର୍ଜନ କରିଅଛି I କିନ୍ତୁ ଏହି ସବୁର ମୂଳରେ ଜନସାଧାରଣଙ୍କ ସହଯୋଗ ଏବଂ ଜିଲ୍ଲା ପ୍ରଶାସନ ଦ୍ଵାରା କରାଯାଉଥିବା ପ୍ରସ୍ତୁତି ହିଁ ମୁଖ୍ୟ ଚାବିକାଠି I ଏହି କ୍ରମରେ ଆଜି ପୂର୍ବ ପ୍ରସ୍ତୁତି ଅନୁଯାୟୀ ଗ୍ରାମର ସମସ୍ତ ଲୋକମାନଙ୍କୁ ନିର୍ଧାରିତ ରାସ୍ତାରେ ସୁନାମୀ ସୂଚନା ପାଇବାପରେ ସ୍ଥାନାନ୍ତର କରାଯାଇଅଛି । ସୁନାମୀ ତଥା ଏହାର ପାଦୁର୍ଭାବ ବିଷୟରେ ସମସ୍ତ ଗ୍ରାମବାସୀଙ୍କୁ ଉପସ୍ଥିତ ବକ୍ତାମାନେ ସେମାନଙ୍କ ବକ୍ତବ୍ୟ ମାଧ୍ୟମରେ ସଚେତନା କରାଇଥିଲେ । ଭୋଗରାଇ ବ୍ଲକ୍ ର ଶ୍ରଦ୍ଧ।ପୁର ଗ୍ରାମପଞ୍ଚାୟତ ଅଧିନସ୍ଥ ଖଡିବିଲ ଓ କାନ୍ୟାନଗରୀ ଗ୍ରାମ ଏବଂ ସାହାବାଜିପୁର ଗ୍ରାମପଞ୍ଚାୟତର ସାହାପୁର ଗ୍ରାମ, ବାଲେଶ୍ଵର ବ୍ଲକର ଜୟଦେବ କସବାପ।ହି ଗ୍ରାମ ଏବଂ ବାହାନଗା ବ୍ଲକର ଜଗନ୍ନାଥପୁର ଗ୍ରାମରେ ସୁନାମୀ ପ୍ରାକ ପ୍ରସ୍ତୁତି ଅଭ୍ୟାସ କରାଯାଇଅଛି । ସ୍ଥାନୀୟ ତହସିଲଦାର, ବିଡିଓ, ଓଡ୍ରାଫ୍, ଅଗ୍ନିସମ ବାହିନୀ, ଆପଦମିତ୍ର, ପଂଚାୟତ ପ୍ରତିନିଧି, ସ୍ଵଚ୍ଛାସେବୀ ଅନୁଷ୍ଠାନ, ଜିଲ୍ଲା ଜରୁରୀକାଳିନ ଅଧିକାରୀ, ଓ.ଏସ.ଡି.ଏମ.ଏ ର ଜିଲ୍ଲା ପ୍ରକଳ୍ପ ଅଧିକାରୀ, ଡି.ଆର.ଆର ଅଧିକାରୀ ଏବଂ ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ ସୁନାମୀ ବିଷୟରେ ଅବଗତ କରିବା ସହ ଏକ ସମରଭାସ କରାଯାଇଅଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ