ଓ ଏ ଏସ ପରୀକ୍ଷା ରେ ୧୧୮ ତମ ରେଙ୍କରେ କୃତକାର୍ଯ୍ୟ ହେଲେ ପି. ନୂଆଗାଁ ର ରାଜେନ୍ଦ୍ର

କୋଦଳା, (ଗୁଲସନ କୁମାର କର):ଚଳିତ ବର୍ଷ ଓ ଏ ଏସ ପରୀକ୍ଷା ରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ର ରାଜେନ୍ଦ୍ର ଜେନା ୧୧୮ ତମ ରେଙ୍ଗ ରେ ପାସ କରି କୃତକାର୍ଯ୍ୟ ହୋଈଛନ୍ତି ! ସେ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି ଯେ ତିନି ଥର ଏହି ପରୀକ୍ଷା ରେ ଅକୃତକାର୍ଯ୍ୟ ହୋଈ ଥିଲେ ମଧ୍ୟ ବିଶ୍ୱାସ ହରାଇ ନ ଥିଲେ ! କାହିଁକି ଅକୃତକାର୍ଯ୍ୟ ହୋଉଛନ୍ତି ସେଥିପ୍ରତି ତର୍ଜମା କରିବା ସହ ସେହି ବିଷୟରେ ପ୍ରସ୍ତୁତ ହୋଈ ପରୀକ୍ଷା ଦେଇଥିଲେ ଏଥିମଧ୍ୟରେ ସେ ଜିନ୍ଦଲରେ ଚାକିରୀ କରିବା ପରେ ବର୍ତମାନ ପୋଷ୍ଟାଲ ରେ ଚାକିରୀ କରିବା ସହ ଓ ଏ ଏସ ପାଇଁ ଭୁବନେଶ୍ୱର ସ୍ଥିତ ଭାନିକ ଶିକ୍ଷା ଅନୁଷ୍ଠାନ ରେ ଅଧ୍ୟୟନ କରୁଥିଲେ ! ଗଞ୍ଜାମର ପିଲା ଯଦି ଗଞ୍ଜାମ ରେ ଚାକିରୀ କରିବାର ସୁଯୋଗ ମିଳେ ତେବେ କଣ କରିବେ ପ୍ରଶ୍ନରେ କହିଲେ ଗଞ୍ଜାମ ରୁ ବହୁତ ଯୁବକ ଗୁଜୁରାଟ ଯାଇ ବୟନ ଶିଳ୍ପ ରେ କାମ କରୁଛନ୍ତି ଏଣୁ ଯଦି ପ୍ରଶାସନ ସହଯୋଗ କରେ ତେବେ ବୟନ ଶିଳ୍ପୀ ପାଈଁ ଚେଷ୍ଟା କରିବି ! ତାଙ୍କ ସଫଳତା ଫଳରେ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି !

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ