ଓ. ବି. ସି ମାନଙ୍କ ନ୍ୟାର୍ଯ୍ୟ ଦାବି ନେଇ ଜାଗ୍ରତ କନ୍ଧମାଳ ପକ୍ଷରୁ ଶୋଭାଯାତ୍ରା

ଫୁଲବାଣୀ, (ସୁନୀଲ କୁମାର ବେହେରା) :-ଆଜି ଜାଗ୍ରତ କନ୍ଧମାଳ ଓଡ଼ିଶା ତରଫରୁ ପଛୁଆ ବର୍ଗ OBC ସମ୍ପ୍ରଦାୟ ଙ୍କ ପ୍ରତି କେନ୍ଦ୍ର ରାଜ୍ୟ ସରକାର ଙ୍କ ର ଅବିଚାର କୁ ନେଇ 6 ଦଫା ଦାବି ଉପସ୍ଥାପନ କରିବା ପାଇଁ ମାଦୀକୁନ୍ଦା ଛକ ଠାରୁ ଶାନ୍ତି ପ୍ରତିବାଦ ସଭାଯାତ୍ରା ବାହାରି ଜିଲ୍ଲା ପାଳଙ୍କ ଅଫିସ୍ ସମ୍ମୁଖରେ ପହଞ୍ଚି ଥିଲେ । ସରକାର ଙ୍କ ବିରୋଧ ରେ ବିଭିନ୍ନ ପ୍ରକାର ନାରା ବାଦି ଦେଇ ଥିଲେ। ଜାଗ୍ରତ କନ୍ଧମାଳ ର ସାଧାରଣ ସାମ୍ପାଦକ ତଥା ପ୍ରତିଷ୍ଠାତା ସତ୍ୟନାରାୟଣ ବେହେରା, ସଭାପତି ପ୍ରଶାନ୍ତ ମହାନ୍ତି, ସହ ସଂପାଦକ ରମେଶ ଚନ୍ଦ୍ର ପ୍ରଧାନ, ପଛୁଆ ବର୍ଗ ର ସଭାପତି ଅରୁଣ ନାୟକ, ପୂଜାରୀ ଖଣ୍ଡାୟତ ର ସଭାପତି ସତ୍ୟବାନ୍ ପୂଜାରୀ , ସୁଣ୍ଢି ସମାଜ ର ଜିଲ୍ଲା ସଭାପତି ଦେବେସ୍ଵର ବେହେରା, ସଙ୍କରାଖୋଲ ସୁଦ ସମାଜ ର ସଭାପତି ଗୋବିନ୍ଦ ଅମାତ୍ୟ , ବଲସ୍କୁମ୍ପା ସୁଦ ସମାଜ ର ସଭାପତି ଉଦ୍ଧବ ବିଶୋଇ , ଶ୍ରମିକ ନେତା ଘନ ଶବର, ନାରୀ ନେତ୍ରୀ ମଞ୍ଜୁଶ୍ରୀ ପ୍ରଧାନ, ମେନକା ଆର୍ଯଲି ପ୍ରମୁଖ ଯୋଗ ଦେଇଥିଲେ। ଏବଂ ଏହି 6 ଦଫା ଦାବି ପତ୍ର କନ୍ଧମାଳ ଜିଲ୍ଲାପାଳ ଙ୍କ ଜରିଆରେ ମହା ମାନବ ରାଷ୍ଟ୍ରପତି, ଭାରତ ର ପ୍ରଧାନ ମନ୍ତ୍ରୀ ଓ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ଙ୍କୁ ଜିଲ୍ଲା ପାଳ ଙ୍କ ଜରିଆରେ ପ୍ରଦାନ କରିଥିଲେ । ଏଥିରେ ସମାଜ ସେବି ଡ. ସୂର୍ୟ ନାରାୟଣ ବେହେରା, ବିପ୍ରବର ସ୍ୱାଇଁ, ସାମ୍ବାଦିକ କ୍ଷୀରୋଦ କୁମାର ସାହାଣୀ, ଡ଼ଃ.ସୋମନାଥ ବାଗ, ବନମାଳୀ ଦିଗାଲ ସମ୍ପୂର୍ଣ୍ଣ ସୋହୋଯୋଗ କରିଥିଲେ । ନିଜର ଅଧିକାର ପାଇଁ ଏତେ ବଡ ଗ୍ରୀଷ୍ମ ପ୍ରଭାବ କୁ ଖାତ୍ରି ନ କରି ବହୁ ଦୂର ଦୁରାନ୍ତ୍ ରୁ ପ୍ରତ୍ୟେକ ବ୍ଲକ ରୁ OBC ସମ୍ପ୍ରଦାୟ ର ଲୋକ ମାନେ ଦାବି ପତ୍ର ଦେବା ପାଇଁ ଆସିଥିଲେ । ଶେଷରେ ପଥ ପ୍ରାନ୍ତ ସଭା ରେ ସମସ୍ତେ ନିଜ ନିଜର ଅଭି ଭାଷଣ ଦେଇ ଥିଲେ । ଏବଂ ଜାଗ୍ରତ କନ୍ଧମାଳ ର ସହ ସଂପାଦକ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ