କଂକ୍ରିଟ୍ ଢଳେଇ ରାସ୍ତା କାର୍ଯ୍ୟ ନିମ୍ନମାନର, ତଦନ୍ତ ଦାବି

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ଏନଏସି ଅଧିନସ୍ଥ ୧୦ ଓର୍ଡ ଜାତୀୟ ରାଜପଥ ରାସ୍ତା ରୁ ଶୋଭନୀୟ ଶିକ୍ଷାଶ୍ରମ କଂକ୍ରିଟ୍ ଢଳେଇ ରାସ୍ତା ନିର୍ମାଣ କାର୍ଯ୍ୟ ରେ ଅନିୟମିତତା ହେଉଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି। ଖଵରରୁ ପ୍ରକାଶ ଯେ କୋଣାର୍କ ଏନଏସି ଅଧିନସ୍ଥ ଶୋଭନୀୟ ଶିକ୍ଷା ଶ୍ରମ କଂକ୍ରିଟ୍ ଢଳେଇ ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ସ୍ଥାନୀୟ ଏନ୍ଏସି ପ୍ରଶାସନ ପକ୍ଷରୁ ୧୫୦ମିଟର ରାସ୍ତା ନିର୍ମାଣ ପାଇଁ ୫ଲକ୍ଷ ୧ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହି ନିର୍ମାଣ କାର୍ଯ୍ୟ ରେ ନିମ୍ନ ମାନର ସିମେଣ୍ଟ, ଚନ୍ଦ୍ରଭାଗା ଲୁଣି ବାଲି, ନିମ୍ନମାନର କଂକ୍ରିଟ୍ ଚିପସ ଵ୍ଯବହାର କରାଯାଇ ଏହି କାର୍ଯ୍ୟ କରାଯାଉଥିବାରୁ ଏହାର ସ୍ଥାୟୀତ୍ବ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏହି ନିର୍ମାଣ କାର୍ଯ୍ୟ ଚାଲୁ ଥିବା ବେଳେ ଦାୟିତ୍ୱ ରେ ଥିବା କୋଣାର୍କ ଏନଏସି କନିଷ୍ଠ ଯନ୍ତ୍ରୀ ଅନୁପସ୍ଥିତ ରହୁଥିବା ବେଳେ କାର୍ଯ୍ୟ ଦାୟୀତ୍ୱ ରେ ଥିବା ଠିକାଦାର ମନୋମୁଖୀ ଭାଵରେ ସରକାରୀ ନୀତିନିୟମ କୁ ଉଲ୍ଲଘଂନ କରି କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି। ଫଳରେ କନିଷ୍ଠ ଯନ୍ତ୍ରୀ ଓ ଠିକାଦାର ମଧ୍ୟରେ ମଧୁ ଚଦ୍ରିକା ନୀତି ଥିବା ଭଳି ପରିସ୍ଥିତି ସାଧାରଣ ରେ ଦୃଷ୍ଟି ଗୋଚର ହେଉଛି। ଏହି ନିମ୍ନ ମାନର ସାମଗ୍ରୀ ଦ୍ବାରା ନିମ୍ନ ମାନର କଂକ୍ରିଟ୍ ଢଳେଈ ରାସ୍ତା କାର୍ଯ୍ୟ ଘଟଣା କୁ ନେଇ ଵୁଦ୍ଧି ଜୀଵି ମହଲ ରେ ଅସନ୍ତୋଷ ପ୍ରକାଶ ପାଇଛି। ସରକାରୀ ନୀତି ନିୟମ ର ଖୋଲା ଉଲ୍ଲଂଘନ ହୋଇ ଏହି କାର୍ଯ୍ୟ କରିବା ଘଟଣା ଉପରେ ରୋକ ଲଗାଇବା ସହ ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ କାର୍ଯ୍ୟ କରିଵା ପାଇଁ ପୁରୀ ଜିଲ୍ଲାପାଳ ଓ କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ