କଂଗ୍ରେସକୁ ଅଡୁଆରେ ପକାଇଲେ ଶତ୍ରୁଘ୍ନ ସିହ୍ନା
କଂଗ୍ରେସରେ ନୂଆକରି ଯୋଗଦେଇଥିବା ଶତ୍ରୁଘ୍ନ ସିହ୍ନାଙ୍କ ପରେ ପରେ ଏବେ ଏନ୍ସିପି ନେତା ମଧ୍ୟ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଗୁଣଗାନ କରିଛନ୍ତି । ଦେଶର ସ୍ୱାଧୀନତାରେ ଜିନ୍ନା ବଡ଼ ଲଢ଼େଇ କରିଛନ୍ତି । କିନ୍ତୁ ସେ ମୁସଲିମ୍ ହୋଇଥିବାରୁ ତାଙ୍କୁ ବିରୋଧ କରୁଛନ୍ତି ଏବଂ ଶତ୍ରୁଘ୍ନ ସିହ୍ନାଙ୍କୁ ମଧ୍ୟ ଦେଶ ଦ୍ରୋହୀ କରିଦେଇଛନ୍ତି ବୋଲି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟୀର ନେତା ମଜୀଦ ମେମନ କହିଛନ୍ତି । ଶତ୍ରୁଘ୍ନ ସିହ୍ନା ମହମ୍ମଦ ଜିନ୍ନାଙ୍କୁ ପ୍ରଶଂସାରେ ପୋତି ଦେଇଥିଲେ । ଦେଶର ସ୍ୱାଧିନତା ଏବଂ ବିକାଶରେ ମୋହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଯୋଗଦାନ ସବୁଠାରୁ ଅଧିକ ବୋଲି ସେ କହିଥିଲେ । କଂଗ୍ରେସ ପରିବାର ମହାତ୍ମା ଗାନ୍ଧିଙ୍କ ଠାରୁ ଆରମ୍ଭ କରି ସର୍ଦାର ବଲଭ ଭାଇ ପଟେଲ ମହମ୍ମଦ ଅଲୀ ଜିନ୍ନାଙ୍କୁ ନେଇ ଗଠିତ । ଏହା ଜବାହାରଲାଲ ନେହେରୁ , ଇନ୍ଦିରା ଗାନ୍ଧି ଏବଂ ରାହୁଲ ଗାନ୍ଧିଙ୍କ ଦଳ । ଏହା ପରେ ତାଙ୍କ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା । ବିଜେପି ଅଧ୍ୟକ୍ଷ ଅମିତ ଶାହା ମଧ୍ୟ ପ୍ରବଳ ବର୍ଷିଥିଲେ । ଏହା ପରେ ଶତ୍ରୁଘ୍ନ ସଫେଇ ଦେଇ କହିଥିଲେ ଯେ ମୁଁ ମୌଲନା ଆଜାଦଙ୍କ ନାଁ ନେବା ବଦଳରେ ଭୁଲରେ ଜିନ୍ନାଙ୍କ ନାମ କହିଦେଇଥିଲି ।