କଂଗ୍ରେସକୁ ଫେରିଲେ ଅଳକା ଲାମ୍ବା
ନୂଆଦିଲ୍ଲୀ:ପୂର୍ବତନ ଆପ୍ ବିଧାୟିକା ଅଳକା ଲାମ୍ବାଙ୍କ ଆଜି ଘର ବାହୁଡ଼ା ହୋଇଛି । ବରିଷ୍ଠ କଂଗ୍ରେସ ନେତା ପିସି ଚାକୋ ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଅଳକା ଲାମ୍ବା ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି । ଦୀର୍ଘ ବର୍ଷ ଧରି କଂଗ୍ରେସରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିଥିବା ଲାମ୍ବା ୨୦୧୪ ରେ ଆପ୍ରେ ଯୋଗ ଦେବା ପାଇଁ କଂଗ୍ରେସ ଛାଡ଼ିଥିଲେ । ତେବେ ୫ ବର୍ଷ ପରେ ସେ ପୁଣିଥରେ କଂଗ୍ରେସକୁ ଫେରିଛନ୍ତି । ଉଲ୍ଲେଖଯୋଗ୍ୟ, ଗତ ସେପ୍ଟେମ୍ବର ୧୯ ତାରିଖରେ ଦିଲ୍ଲୀ ବିଧାନସଭା ବାଚସ୍ପତି ରାମ ବିଳାସ ଗୋଏଲ ଅଳକା ଲାମ୍ବାଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ । ତେବେ ଏହା ପୂର୍ବରୁ ଲାମ୍ବା ଦଳ ଛାଡ଼ିବାର ସୂଚନା ଦେଇସାରିଥିଲେ । ଲାମ୍ବା ଚାନ୍ଦିନୀ ଚୌକ ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରୁଥିଲେ ।


