କଂଗ୍ରେସକୁ ବଡ ଝଟକା – ଦଳ ଛାଡିଲେ ଟମ୍ ବଡକ୍କନ

ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଜୋରଦାର ଝଟକା । ରାହୁଲଙ୍କ ନିକଟତର ନେତା ବିଜେପିରେ ସାମିଲ । କଂଗ୍ରେସର ବରିଷ୍ଠ ନେତା ଟମ ବଡକ୍କନ ଗୁରୁବାର ବିଜେପିରେ ସାମିଲ ହୋଇଛନ୍ତି । କେନ୍ଦ୍ରୀୟ ମନ୍ତ୍ରୀ ରିବଶଙ୍କର ପ୍ରସାଦଙ୍କ ଉପସ୍ଥିତିରେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ବଡକ୍କନଙ୍କୁ ବିଜେପିରେ ସ୍ୱାଗତ କରିଛନ୍ତି । ଟମ ବଡକ୍କନ କେରଳର ତ୍ରିସୁର ଜିଲ୍ଲାରେ କଂଗ୍ରେସର ଜଣେ ବଡ ନେତା । ସେ ବହୁ ସମୟ ଧରି କଂଗ୍ରେସ ରହିଛନ୍ତି , ସେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ପରାମର୍ଶଦାତା ରହିସାରିଛନ୍ତି । ଏହସହ ସେ ବହୁ ସମୟ ଧରି କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ମଧ୍ୟ ରହିସାରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ