କଂଗ୍ରେସରୁ ଇସ୍ତଫା ଦେଲେ ପ୍ରଦୀପ୍ତ ମହାପାତ୍ର

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ଥିବା ପ୍ରଦୀପ୍ତ ମହାପାତ୍ର ଆଜି ତାଙ୍କ ପଦବୀରୁ ଇସ୍ତଫା ଦେଇଥିବା ଜଣାଯାଇଛି । ସେ କଂଗ୍ରେସ ଦଳର ଜଣେ ଶୃଙ୍ଖଳିତ କର୍ମୀ ହିସାବରେ ଦୀର୍ଘ ୩୦ ବର୍ଷ ହେଲାଣି କାର୍ଯ୍ୟ କରୁଥିଲେ । କିନ୍ତୁ ବଡ ଦୁଃଖ ଓ ପରିତାପର ବିଷୟ ୨୦୧୯ ସାଧାରଣ ନିର୍ବାଚନରେ ଯେଉଁଭଳି ଭାବେ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଚୟନ କରାଗଲା ସେଥିରେ ସେ ମର୍ମାହତ ଓ ଦୁଃଖିତ ଥିବା ଜଣାଇଛନ୍ତି । ତେଣୁ ଆଜି ସେ କଂଗ୍ରେସ ଦଳର ପଦବୀ ଏବଂ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ