କଂଗ୍ରେସରୁ ଇସ୍ତଫା ଦେଲେ ସୁମିତ୍ରା
କଂଗ୍ରେସ ଛାଡ଼ିଲେ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା। ପ୍ରଥମ ପର୍ୟ୍ୟାୟ ନିର୍ବାଚନକୁ ଆଉ ମାତ୍ର ଦୁଇଦିନ ଥିବାବେଳେ କଂଗ୍ରେସରେ ଟିକେଟ କଳି ତୀବ୍ର ରୂପ ଧାରଣ କରିଛି। ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ସୁମିତ୍ରା ଜେନା। ଟିକେଟ ବଣ୍ଟନକୁ ନେଇ ସୁମିତ୍ରା ଅସନ୍ତୁଷ୍ଟ ଥିଲେ। ସୁମିତ୍ରା ଜେନା ଭଦ୍ରକ ଆସନରୁ ଟିକେଟ ପାଇଁ ଆଶାୟୀ ଥିଲେ। ହେଲେ ତାଙ୍କୁ ଟିକେଟ ମିଳି ନଥିଲା।


