କଂଗ୍ରେସରୁ ଉସ୍ତଫା ଦେଲେ ବଡଖେମୁଣ୍ଡି ରାଜକୁମାର
ଦିଗପହଣ୍ଡି ( ଯୁଗାବ୍ଦ ନ୍ୟୁଜ ) : ବଡଖେମୁଣ୍ଡି ରାଜକୁମାର ତଥା କଂଗ୍ରେସ ନେତା ଶ୍ରୀଧର ଦେଓ ମଙ୍ଗଳବାର ତାଙ୍କ ସମର୍ଥକଙ୍କ ସହ ଦଳର ପ୍ରାଥମିକତା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସାନଖେମୁଣ୍ଡି ବ୍ଲକର ବହୁ କଂଗ୍ରେସ କର୍ମୀ କୁକୁଡାଖଣ୍ଡି ନିକଟସ୍ଥ ମାଁ କାଳୁଆ ପୀଠରେ ଏକତ୍ରିତ ହୋଇଥିଲେ । କଂଗ୍ରେସର ଏକ ଟିକେଟ ପାଇବା ଆଶାରେ ଥିଲେ ହେଲେ ନିଦ୍ଧିଷ୍ଟ ଗୋଷ୍ଟି ତାଙ୍କୁ ଚକ୍ରାନ୍ତ କରୁଥିବାରୁ ସେମାନେ ସେଥିରେ ସଫଳ ହୋଇଥିଲେ ।କଂଗ୍ରେସ କମିଟି ସଭାପତି ରାହୁଲଗାନ୍ଧୀ ଓ ନିରଞ୍ଜନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଥିବା ସେ କହିଥିଲେ । ବିଗତ ନିର୍ବାଚନରେ ଶ୍ରୀଧର ଙ୍କ ୁ କଂଗ୍ରେସ ଦଳରେ ଟିକେଟ ନମିଳିବାରୁ ଭାଜପା ପାର୍ଟିରେ ଯୋଗ ଦେଇଥିଲେ ।ପୁଣୀ ଆସନ୍ତା ୨୦୧୯ ନିର୍ବାଚନ ପୂର୍ବରୁ ସେ ଭାଜପା ଦଳ ଛାଡି ପୁଣୀ କଂଗ୍ରେସରେ ଯୋଗ ଦେଇଥିଲେ । ଏହା ସହିତ ୧୦ ବର୍ଷ ହେଲା ସେ କଂଗ୍ରେସର ସମସ୍ତ ଦାଇତ୍ୱ ତୁଲାଇବା ସହ ସେ ସମସ୍ତ କାର୍ଯ୍ୟ କ୍ରମରେ ଯୋଗ ଦାନ କରିଥିଲେ । ପୁଣି ଖୁବ ଶୀଘ୍ର ଭାଜପା ରେ ଯୋଗ ଦେବେ ବୋଲି ଚର୍ଚ୍ଚା ଚାଲିଛି । ହେଲେ ଶ୍ରୀଧର କୈାଣସି ଦଳରେ ଯୋଗଦେବେ ବୋଲି କିଛି କହିନାହାନ୍ତି । ସେ ସମର୍ଥକଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନେବେ ବୋଲି ସୂଚନା ଦେଇଛନ୍ତି ।ଶ୍ରୀଧର ସାହୁଙ୍କୁ ସମର୍ଥନ ଜଣାଇ ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ସି.ଏଚ ଶଙ୍କର ସୁବୁଦ୍ଧି ,ପଞ୍ଚାୟତ ସମିତି ସଭ୍ୟ ଶିବରାମ ପ୍ରଧାନ , ସମାଞ୍ଚଳ ସାହୁ ,ନୃସିଂହ ଚରଣ ବେହେରାଙ୍କ ବିଭିନ୍ନ କର୍ମକର୍ତ୍ତା ଇସ୍ତଫା ଦେଇଥିବା ଜଣାପଡିଛି ।


