କଂଗ୍ରେସରେ ମିଶିବେ ୯ ବିଧାୟକ !

କେଜରିୱାଲ୍ଙ୍କ ଉପରେ ଚଡ଼କ

ନୂଆଦିଲ୍ଲୀ(ଏଜେନ୍ସି): ୨ଠ୧୯ ଲୋକସଭା ନିର୍ବାଚନରେ ଦିଲ୍ଲୀରେ କଂଗ୍ରେସ ଓ ଆମ୍ ଆଦ୍ମୀ ପାର୍ଟି ମଧ୍ୟରେ ମେଣ୍ଟ ହେବା ନେଇ ଯେଉଁ ଏକ ଆଶା ସଂଞ୍ଚାର ହୋଇଥିଲା, କଂଗ୍ରେସର ସ୍ପଷ୍ଟୀକରଣ ଆସିବା ପରେ ତାହା ଉପରେ ଯବନିକା ପଡିସାରିଛି । ଦୁଇ ଦଳ ମଧ୍ୟରେ ମେଣ୍ଟର ହେବା ଦିଗରେ ଦୂର ଦୂର ପର୍ଯ୍ୟନ୍ତ କୌଣସି ସମ୍ଭାବନା ନଥିବା ବେଳେ ଏବେ ଆପ୍ର ୯ ବିଧାୟକ କଂଗ୍ରେସରେ ସାମିଲ ହେବାକୁ ଚେଷ୍ଟା କରୁଥିବା ସମ୍ପର୍କରେ ସୂଚନା ମିଳିଛି । ଖୋଦ୍ କଂଗ୍ରେସ ଏସମ୍ପର୍କରେ ଆଜି ସୂଚନା ଦେଇ କହିଛି, ଆପ୍ର ୯ ବିଧାୟକ ଏବେ ତାଙ୍କ ଦଳ ଛାଡି କଂଗ୍ରେସରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସର ବରିଷ୍ଠ ନେତ୍ରୀ ଶୀଲା ଦୀକ୍ଷିତ ନିଜେ ଆଜି ଏହି ସୂଚନା ଦେଇଛନ୍ତି । ଶୀଲାଙ୍କ କହିବାନୁସାରେ ଆପ୍ର ୯ ବିଧାୟକ କଂଗ୍ରେସ ସହ ଯୋଗାଯୋଗରେ ଅଛନ୍ତି । ତେବେ ସେମାନଙ୍କୁ ଦଳରେ ନେବା ନନେବା ସମ୍ପର୍କରେ ନିଷ୍ପତ୍ତି ନିଆଯାଇନି । ସେହିପରି ଦିଲ୍ଲୀ କଂଗ୍ରେସ ମୁଖପାତ୍ର ଜିତେନ୍ଦ୍ର କୋଚର ମଧ୍ୟ ଏକଥାକୁ ଗଣମାଧ୍ୟମ ସମ୍ମୁଖରେ ସ୍ୱୀକାର କରିଛନ୍ତି । ସେ କହିଛନ୍ତି, ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ୯ଜଣ ଆପ୍ ବିଧାୟକ କଂଗ୍ରେସରେ ଯୋଗଦେବାକୁ ଇଚ୍ଛା ଜାହିର କରିଛନ୍ତି । ସେମାନଙ୍କୁ ଗ୍ରହଣ କରିନିଆଗଲେ ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ଥିବା ମଧ୍ୟ ସେ ଦର୍ଶାଇଛନ୍ତି । ତେବେ ଏପ୍ରକାର ଏକ ସୂଚନା ଏବେ ସାମ୍ନାକୁ ଆସିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦ୍ମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ଚିନ୍ତା ବଢ଼ିଯାଇଛି ।
ବିଜେପିର କଟାକ୍ଷ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ