କଂଗ୍ରେସରେ ସରିବ ଗାନ୍ଧୀ ଯୁଗ

କଂଗ୍ରେସରେ ସରିବ ଗାନ୍ଧୀ ଯୁଗ
କଂଗ୍ରେସରେ ସରିବ ଗାନ୍ଧୀ ଯୁଗ

(ଯୁଗାବ୍ଦ ନ୍ୟୁଜ) ଦୁଇ ଦୁଇଟି ସାଧାରଣ ନିର୍ବାଚନରେ ଜନସାଧାରଣଙ୍କର ଠାରୁ ପ୍ରତ୍ୟାକ୍ଷିତ ହେବା ପରେ ସଙ୍କଟରେ ଦେଶର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସ । ଏବେ ଦଳର ଅଧ୍ୟକ୍ଷ ଥିବା ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ ଉତ୍ତରାଧିକାରୀ ଭାବେ କିଏ ଏହି ଗୁରୁ ଦାୟିତ୍ୱ ନିଭାଇବ ତାକୁ ନେଇ ଆରମ୍ଭ ହୋଇଛି ।   ମିଳିଥିବା ଖବର ଅନୁସାରେ , ପୁର୍ବତନ ଗୃହ ମନ୍ତ୍ରୀ ତଥା ଗାନ୍ଧୀ ପରିବାରର ସବୁଠାରୁ ବିଶ୍ୱସ୍ଥ୍ୟ ସୁଶିଲ କୁମାର ସିନେ୍ଧ ହେବେ କଂଗ୍ରେସର ନୂଆ ଅଧ୍ୟକ୍ଷ । ୨୦୧୯ ସାଧାରଣ ନିର୍ବାଚନ ହାରିବା ପରେ କଂଗ୍ରେସର ବହୁ ବରିଷ୍ଠ ନେତାମାନେ ଇସ୍ତଫା ଦେଉଛନ୍ତି । ଫଳରେ ଆଗାମୀ ଦିନରେ କଂଗ୍ରେସ ସାଧାରଣ ଲୋକଙ୍କ ଆସ୍ଥାଭାଜନ ହୋଇ ତିଷ୍ଠିବାକୁ ହେଲେ ତୃଣମୁଳ ସ୍ତରଠାରୁ ଆରମ୍ଭ କରି ରଷ୍ଟ୍ରିୟ ସ୍ତର ରଗ୍ଧ ପର୍ଯନ୍ତ ଆମୁଳଚୁଳ ପରିବର୍ତ୍ତନ ହେବା ଦରକାର ବୋଲି ଚିଛି ବରିଷ୍ଠ ନେତା ମତବ୍ୟକ୍ତ କରିଛନ୍ତି । ଏହା ପୁର୍ବରୁ ଏହି ରେସରେ ପୁର୍ବତନ ବିରୋଧୀଦଳ ନେତା ମଲ୍ଲିକାର୍ଜୁନ ଖାଡଗେ , ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ , ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ,କଂଗ୍ରେସର ସାଧାରଣ ସଂପାଦକ ଜନାର୍ଦ୍ଦନା ଦ୍ୱିବେଦୀ, ପୁର୍ବତନ ପ୍ରତିରକ୍ଷାମନ୍ତ୍ରୀ ଏ.କେ. ଆଣ୍ଟୋନୀ ନାଁକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ