କଂଗ୍ରେସର କର୍ମୀ ସମ୍ମିଳନୀ

ରାଜନଗର : ରାଜନଗର ବ୍ଲକ କେରଡାଗଡଠାରେ କଂଗ୍ରେସ ଦଳ ପକ୍ଷରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବ୍ଲକ କଂଗ୍ରେସ ସଭାପତି ରବିନ୍ଦ୍ରକୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମୀ ସମ୍ମିଳନୀରେ ବିଧାୟକ ଅଂଶୁମାନ ମହାନ୍ତି ଯୋଗଦେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜୋନ ସଭାପତି ଅଶୋକକୁମାର ବଳ, ଅରୁଣ ରାଉତ, ଦିଲ୍ଲୀପ ସିଅ, ଭାଷ୍କର ବେହେରା, ଅମର ସୂତାର, ବିନିଲତା ମାଝି, ରମେଶ ନାୟକ, ସୁନାକର ନାୟକ, ଶୁକ ତରାଇ, ଶରତ ସାହୁ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ମହାନ୍ତିଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟକରି ଅନ୍ତର୍ଯ୍ୟାମୀ ସୂତାର, ଅଭିରାମ ନାୟକ, ଶଙ୍କର୍ଷଣ ରାଉତ, ଭରତ ନାୟକ, ଆଦିକନ୍ଦ ସୂତାର, ନିମାଇଁ ସୂତାର, ଗୋଲେଖ ସିଂହ, ଅଲେଖ ସ୍ୱାଇଁ, କାମଦେବ ସୂତାର, ବିଜୟ ସ୍ୱାଇଁ, ରଘୁନାଥ ଓଝା, ଜନକର ରାଉତ ପ୍ରମୁଖ ବିଜେଡି ଦଳ ପରିତ୍ୟାଗକରି କଂଗ୍ରେସରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ