କଂଗ୍ରେସର ଜିଲ୍ଳାପାଳଙ୍କ ଅଫିସ ଘେରାଉ
ନବରଙ୍ଗପୁର,(ୱାଇଏନଏସ): ରାଜ୍ୟରେ ମହିଳାଙ୍କ ପ୍ରତି ବଢି ଚାଲିଥିବା ଅପରାଧ ବିରୋଧ ରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇ ରାଜ୍ୟପାଳ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ପିସିସି ରାଜ୍ୟ ସଭାପତି ଭକ୍ତ ଦାଶ ଙ୍କ ଡାକରା ରେ ଜିଲ୍ଲା ସଭାପତି ଭୁଜବଳ ମାଝୀ ଙ୍କ ନେତୃତ୍ବରେ କଂଗ୍ରେସ ଅଫିସ ନିକଟରୁ ଶୋଭାଯାତ୍ରା କରାଯାଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ କଂଗ୍ରେସ କର୍ମୀ । ରାଜ୍ୟ ସରକାର ବିରୋଧରେ ନାରାବାଜି କରିବା ସହ କର୍ମୀମାନେ ଜିଲ୍ଲାପାଳ ଙ୍କ ଗେଟ ଉପରେ ଚଢ଼ିବାକୁ ପ୍ରୟାସ କରିଥିଲେ ।ନୂତନ ସରକାର୍ ଗଠନ ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ମହିଳା ଙ୍କ ଉପରେ ଅତ୍ୟାଚାର,ଦୂର୍ଷ୍କର୍ମ ଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି ବୋଲି ଅଭିଯୋଗ କରିଛି କଂଗ୍ରେସ ଯାହାକୁ ନେଇ ସାରା ରାଜ୍ୟରେ ଜିଲ୍ଳାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ହୋଇଛି । ଶୋଭାଯାତ୍ରାରେ ଜିଲ୍ଲା ସଭାପତି ଭୁଜବଳ ମାଝୀ, ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ,ବରିଷ୍ଠ ନେତା ଦିଲ୍ଲୀପ ବେହେରା, ଖେମରାଜ ବାଘ ,ବୃନ୍ଦା ତ୍ରିପାଠୀଙ୍କ ସମେତ ଅନେକ ନେତା ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ସରକାରଙ୍କ ଉପରେ ବର୍ଷି ଥିଲେ । ଏହାପରେ ଜିଲ୍ଲାପାଳ ଙ୍କ ଜରିଆରେ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏନେଇ ଜିଲ୍ଲା କଂଗ୍ରେସ ସଭାପତି ଭୁଜବଳ ମାଝୀ କହିଛନ୍ତି ନାରୀ କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ ହୋଇଛି ଏବଂ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ପାପଡାହାଣ୍ଡି ଯୋନ ଜିଲ୍ଲା ପରିଷଦ ସଭ୍ୟ ଲିପିକା ମାଝୀ, ଡାବୁଗାଁ ବ୍ଲକ ଜି,ସାଇ ରାଜୁ ,ବାବୁଲି ବାଘ, ଦ୍ଵାରିକା ମହାପାତ୍ର, ପାପଡାହାଣ୍ଡି ବ୍ଲକ ସଭାପତି ଶ୍ରୀକାନ୍ତ ମିଶ୍ର, ଏ ଶିବରାମ ରାଜୁ,ପୂର୍ବତନ ବିଧାୟକ ପ୍ରାର୍ଥୀଦିଲ୍ଲୀପ ପ୍ରଧାନୀ ,ସନରାଜ ଗଣ୍ଡ , ପି ନାଗାରତ୍ନମ ପ୍ରମୁଖ ଉପସ୍ଥିତ ଥିଲେ ।


