କଂଗ୍ରେସର ନିର୍ବାଚନୀ ସମୀକ୍ଷା: ନୀତିଆଦର୍ଶର ବିଚାରଧାରା ଉପରେ ରାଜନୀତି ହେଉନାହିଁ : ନିରଞ୍ଜନ
ବନ୍ତ (ଯୁଗାଦ୍ଧ ନ୍ୟୁଜ୍୍) : କଂଗ୍ରେସର ନୀତିଆଦର୍ଶରେ ବିକାଶ ସମ୍ଭବ ବୋଲି ବନ୍ତସ୍ଥିତ ଚଣ୍ଡିପୁର ଠାରେ ବ୍ଲକ କଂଗ୍ରେସ ପକ୍ଷରୁ ଆୟୋଜିତ ନିର୍ବାଚନୀ ସମୀକ୍ଷା ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗ ଦେଇ କହିଛନ୍ତି । ଚଳିତ ବିଧାନସଭା ନିର୍ବାଚନରେ ଶ୍ରୀ ପଟ୍ଟନାୟକ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିଥିବା ବେଳେ ତାଙ୍କୁ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀବାସୀ ୬୨ ହଜାର ଭୋଟ ଦେଇଥିଲେ । ଯାହାକି ଗତ ନିର୍ବାଚନ ଠାରୁ ତାହା ୨୮ ହଜାର ଅଧିକ ଥିଲା । ତେବେ ବନ୍ତ ବ୍ଲକର ସମସ୍ତ ନେତୃତ୍ୱ, କର୍ମୀ ଓ ଜନସାଧାରଣଙ୍କୁ ସେ ଆନ୍ତରିକ କୃତଜ୍ଞତା ଜଣାଇଲେ । ଆଗାମୀ ୫ ବର୍ଷ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀବାସୀଙ୍କ ପାଖରେ ରହି ସେମାନଙ୍କର ଦୁଃଖସୁଖରେ ଭାଗିଦାର ହେବା ପାଇଁ କହିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସେ ପ୍ରତି ପଞ୍ଚାୟତ ବୁଲି କର୍ମୀ ମାନଙ୍କୁ ଭେଟିବାକୁ କହିଥିଲେ । ବ୍ଲକ କଂଗ୍ରେସ ସଭାପତି ରାଜ କିଶୋର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଭଣ୍ଡାରିପୋଖରୀ କଂଗ୍ରେସ ନେତା ସୁବ୍ରତ କୁମାର ଦାସ ଯୋଗ ଦେଇ କଂଗ୍ରସ ପାଇଁ ହାରିବା ନୂଆ କଥା ନୁହେଁ । ଜିତିବାର କୌଣସି କାରଣ ନଥାଏ । ହାରିବାର ଅନେକ କାରଣ ଥାଏ । ଭାଙ୍ଗି ପଡିବାର ସମୟ ଏ ନୁହେଁ । ଏ ଲଢେଇ କରିବାର ସମୟ । ତେବେ କଂଗ୍ରେସ ହାରିଯିବା ଅର୍ଥ ମରିଯିବା ନୁହେଁ ବୋଲି କହିଥିଲେ । ଆଗାମୀ ଦିନରେ କଂଗ୍ରେସର ସଂଗଠନକୁ ଆହୁରି ମଜବୁତ୍ କରିବା ପାଇଁ ନେତୃତ୍ୱ ଓ କର୍ମୀ ମାନେ ଏକତାବଦ୍ଧ ହେବାକୁ ଆହ୍ୱାନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ୧୪ନଂ.ଜୋନ୍ ସଭାପତି ଅନନ୍ତ ଚରଣ ଦାଶ, ୧୫ନଂ.ଜୋନ୍ ସଭାପତି ବିଜୟ କୁମାର ଜେନା, ୧୬ନଂ.ଜୋନ୍ ସଭାପତି ନିରଞ୍ଜନ ମଲ୍ଲିକ, ପ୍ରାକ୍ତନ ବ୍ଲକ କଂଗ୍ରେସ ସଭାପତି ଲକ୍ଷ୍ମୀଧର ସାହୁ, ବରିଷ୍ଠ ନେତା ଆନନ୍ଦ ଚନ୍ଦ୍ର ଓଝା, ଅଶୋକ କୁମାର ସାହୁ, ମାର୍କଣ୍ଡ ବେହେରା, ରବି ନାରାୟଣ ମହାନ୍ତି, ସମିତି ସଭ୍ୟା ସୁପ୍ରଭା ଦାସ, ସରପଞ୍ଚ ସେକ୍ ମୁସ୍ତାକ୍ ଅଲ୍ଲୀ, ମାଳିରାମ ବେହୁରିଆ, ରାହୁଲ ଅମିନ୍, ଜୟନ୍ତ କୁମାର ସାମଲ, ଜଗବନ୍ଧୁ ବେହେରା, ପ୍ରଦୀପ ଜେନା, କାର୍ତ୍ତିକ ଜେନା, ରଘୁନାଥ ନାୟକ, ବସନ୍ତ କୁମାର କର, ସୁବାଷ ମହାନ୍ତି, ଶ୍ରୀରାମ ଦାସ ପ୍ରମୁଖ ଯୋଗ ଦେଇ ମତାମତ ପ୍ରଦାନ କରିଥିଲେ । ଶେଷରେ ଭବେନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ୨୫ଟି ପଞ୍ଚାୟତର ନେତୃତ୍ୱ ଓ କର୍ମୀ ମାନେ ଯୋଗ ଦେଇଥିଳେ । କାର୍ଯ୍ୟକ୍ରମ ପରିଚାଳନାରେ ଜ୍ୟୋତି ରଂଜନ ନାୟକ, ସାଦ୍ ସିଦ୍ଧିକ୍, ମୈଫୁଜ୍, ସୌଭାଗ୍ୟ ରଂଜନ ନାୟକ, ମଳୟ କୁମାର ଜେନା, କର୍ଣ୍ଣ ସାହୁ, ଚନ୍ଦନ ଦାସ, ସୌମ୍ୟ ରଂଜନ ସେନାପତି, ରତିକାନ୍ତ ଜେନା, ନିରାକର ଜେନାଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।


