କଂଗ୍ରେସର ପାର୍ଥୀ ତାଲିକା ଘୋଷଣା , ପୁରୀରୁ ଲଢିବେ ସତ୍ୟ ପ୍ରକାଶ
କଂଗ୍ରେସ ସାତଟି ଲୋକସଭା ଓ ୨୦ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ କରିଛିଏହି ତାଲିକାରେ ୫ ଜଣ ନୂଆ ମୁହଁଙ୍କୁ ସ୍ଥାନ ଦିଆଯାଇଛି। କେନ୍ଦ୍ରାପଡ଼ା ଓ ଜଗତ୍ସିଂହପୁରରେ କଂଗ୍ରେସ ପୁରୁଣା ପ୍ରାର୍ଥୀଙ୍କୁ ଦୋହରାଇଛି। ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ପୁତ୍ର ନବଜ୍ୟୋତି ପଟ୍ଟନାୟକଙ୍କୁ ବାଲେଶ୍ୱରରୁ ପ୍ରାର୍ଥୀ କରିଛି ଦଳ। ସେହିପରି କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକଙ୍କୁ ପୁରୀରୁ ପ୍ରାର୍ଥୀ କରାଯାଇଛି। ଏହି ତାଲିକାରେ ଦୁଇ ମହିଳା ମଧୁମିତା ସେଠୀ (ଭଦ୍ରକ) ଓ ପ୍ରତିମା ମଲ୍ଲିକ (ଜଗତ୍ସିଂହପୁର)ଙ୍କୁ ସ୍ଥାନ ଦିଆଯାଇଛି। ଦଳ କେଉଁଝରରୁ ନବାଗତ ଫକିର ମୋହନ ନାୟକଙ୍କୁ ପ୍ରାର୍ଥୀ କରିଛି।କେନ୍ଦ୍ରାପଡ଼ାରୁ ଧରଣୀଧର ନାୟକ, ପୁରୀରୁ ସତ୍ୟପ୍ରକାଶ ନାୟକ, କେଉଁଝରରୁ ଫକିର ମୋହନ ନାୟକ, ବାଲେଶ୍ୱରରୁ ନବଜ୍ୟୋତି ପଟ୍ଟନାୟକ, ଭଦ୍ରକରୁ ମଧୁମିତା ସେଠୀ, ଢେଙ୍କାନାଳରୁ କାମାକ୍ଷାପ୍ରସାଦ ସିଂହଦେଓ ଏବଂ ଜଗତ୍ସିଂହପୁରରୁ ପ୍ରତିମା ମଲ୍ଲିକ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ନିମନ୍ତେ କଂଗ୍ରେସ ତରଫରୁ ଟିକେଟ୍ ପାଇଛନ୍ତି। ୦ଟି ବିଧାନସଭା ଆସନ ଲାଗି ଶୁକ୍ରବାର ଦିନ କଂଗ୍ରେସର ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।
ତେଲକୋଇ-ଶ୍ରୀ ମୋହନ ହେମ୍ବ୍ରମ
ପାଟଣା-ଶ୍ରୀ ଗୋପେଶ୍ୱର ନାୟକ
ଯଶିପୁର- ମହେନ୍ଦ୍ର ନାୟକ
ଉଦଳା- ବେଣୁଧର ମହାପାତ୍ର
ବାରିପଦା-ଦଶରଥ ସିଂହ
ଭୋଗରାଇ- ସତ୍ୟଶିବ ଦାସ
ବସ୍ତା-ବିଜୟ ନାୟକ
ରେମୁଣା- ପ୍ରତାପ ସେଠୀ
ବାସୁଦେବପୁର-ଅଶୋକ କୁମାର ଦାସ
ଧାମନଗର-ବିଦ୍ୟାଧର ଜେନା
ବିଝାଂରପୁର-ମନୋରଂଜନ ଦାସ
ବରି-ଉମେଶ ଜେନା
ସୁକିନ୍ଦା- ଶରତ ରାଉତ
ପରଜଙ୍ଗ- ଜସସ୍ୱିନୀ ରାଉତ
ନିଆଳି- ମମତା ଭୋଇ
ମାହାଙ୍ଗା- ଦେବେନ୍ଦ୍ର କୁମାର ସାହୁ
ପାଟକୁରା- ଜୟନ୍ତ ମହାନ୍ତି
ତିର୍ତୋଲ- ବିଭୁପ୍ରସାଦ ତରାଇ
ପୁରୀ-ଅରୋ ପ୍ରସାଦ ମିଶ୍ର
ନୟାଗଡ-ମନୋଜ କୁମାର ସାହୁ