କଂଗ୍ରେସର ପୁରୁଣା ଗଡ଼ରେ ପ୍ରଚାରକୁ ଜୋରଦାର କଲେ ରାଜ୍ୟ ସମ୍ପାଦିକା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କଂଗ୍ରେସର ଗଡ଼ କୁହାଯାଉଥିବା କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତଥା ଜି. ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ର ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଏବେ ବିଜେଡି ଶାସନ କରୁଛି। ବୃହତ ବ୍ଲକ ଭାବେ ରହିଥିବା ଦାରିଙ୍ଗବାଡ଼ି ବ୍ଲକ ପଞ୍ଚାୟତ ସମିତି ବିଜେଡି ହାତରେ ରହିଥିବା ବେଳେ ଜିଲା ପରିଷଦର ଦୁଇଟି ଜୋନ୍‌ ତଥା ୧୦ ନଂ ଜୋନ୍‌ ବିଜେଡି ଓ ୧୧ ନଂ ଜୋନ୍‌ କଂଗ୍ରେସ ହାତରେ ଶାସନ ରହିଛି। ସେହିପରି ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ପଦବୀ ମଧ୍ୟ ବିଜେଡି ହାତରେ ରହିଛି। ଏବେ ନିଜ ଗଡ଼ କହୁଥିବା କଂଗ୍ରେସ ପୁଣି ବିଧାୟକ ପଦବୀ ଠାରୁ ଆରମ୍ଭ କରି ପଞ୍ଚାୟତ, ବ୍ଲକ ସ୍ତରରେ ନିଜ ମତଦାତା ସଂଖ୍ୟାକୁ ବୃଦ୍ଧି କରିବା ସହ ଆସନ୍ତା ସାଧାରଣ ନିର୍ବାଚନରେ ବିଜୟୀ କରିବାକୁ ଉଦ୍ୟମ ଜାରୀ ରଖିଛନ୍ତି । ଏହି ଅବସରରେ କଂଗ୍ରେସର କର୍ମକର୍ତ୍ତାମାନେ ଘରେ ଘରେ ହାତକୁ ନେଇ ପ୍ରଚାର ପ୍ରସାର କରିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ସମ୍ପର୍କରେ ଲୋକଙ୍କ ନିକଟରେ ପହଞ୍ଚି ପ୍ରଚାର ପ୍ରସାର ଚଳାଇଛନ୍ତି। ଦାରିଙ୍ଗବାଡ଼ି ଅଞ୍ଚଳରେ ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ସମ୍ପାଦିକା ବିଳାସିନୀ ନାୟକ ଘରକୁ ଘର, ସରକାରୀ ଓ ବେସରକାରୀ ଅଞ୍ଚଳରେ ବୁଲି ଲୋକଙ୍କୁ କଂଗ୍ରେସ ଦଳ ସମ୍ପର୍କରେ ବୁଝାଇବା ସହ ବିଜେଡି ଓ ଭାଜପା ଦଳର ପ୍ରତିଶ୍ରୁତି ଓ ପ୍ରତାରଣା ତଥା କୃଷି କୃଷକର ସମସ୍ୟା, ବେକାରୀ ଯୁବତୀ ଓ ଯୁବକଙ୍କ ନିଯୁକ୍ତି ସମସ୍ୟା, ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ବ୍ୟବସ୍ଥା, ବସ୍ତି ବାସିନ୍ଦା ଓ ଗରିବ ବାସହୀନଙ୍କ କଥା କହିବା ସହ ବିଜେଡି ସରକାରଙ୍କ ୨୩ ବର୍ଷ ଶାସନରେ ରହିଥିବା ବିଭିନ୍ନ ଦୁର୍ନୀତି ର ଅଭିଯୋଗ ଆଣିଛନ୍ତି। ଏଥିସହ କଂଗ୍ରେସ ଶାସନ ସମୟରେ ଓଡ଼ିଶା ପ୍ରତି ଅବଦାନ ରହିଥିବା ଲୋକଙ୍କୁ କୁହାଯାଉଛି। କଂଗ୍ରେସର କର୍ମକର୍ତ୍ତା ବିଭିନ୍ନ ଅଞ୍ଚଳରେ ଏଭଳି ପ୍ରଚାରକୁ ଜୋରଦାର କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ