କଂଗ୍ରେସର ୧ଠ ଜଣିଆ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ : କଂଗ୍ରେସ ପକ୍ଷରୁ ରବିବାର ୧ଠଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଏଥିରେ ଆଶ୍ଚର୍ଯ୍ୟଜନକ ଭାବେ କଂଗ୍ରେସର ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ତାମିଲନାଡୁ ଶିବଗଙ୍ଗା ଆସନରୁ ପ୍ରାର୍ଥୀ କରାଯାଇଥିବା ଦେଖିବାକୁ ମିଳିଛି । କାର୍ତ୍ତିଙ୍କ ବିରୋଧରେ ସମ୍ପ୍ରତି ଆଇଏନଏକ୍ସ ମିଡିଆ ଏବଂ ଏୟାରସେଲ-ମ୍ୟାକ୍ସିସ ମାମଲାର ତଦନ୍ତ ଜାରି ରହିଛି । ଏହି ମାମଲାରେ କାର୍ତ୍ତି ଅନ୍ୟତମ ଅଭିଯୁକ୍ତ ଭାବେ ତଦନ୍ତର ସମ୍ମୁଖୀନ ହୋଇଛନ୍ତି । ଉଭୟ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି) ଏହି ମାମଲାଗୁଡ଼ିକର ତଦନ୍ତ କରୁଛନ୍ତି । ଅନ୍ୟପକ୍ଷେ ପି. ଚିଦାମ୍ବରମ ଶିବଗଙ୍ଗା ଲୋକସଭା ଆସନରୁ ୭ଥର ସାଂସଦ ଭାବେ ନିର୍ବାଚିତ ହୋଇସାରିଥିବା ବେଳେ ୨ଠ୧୪ ନିର୍ବାଚନରେ ସେ ଏହି ଆସନରୁ ପରାସ୍ତ ହୋଇଥିଲେ । ଚଳିତ ଥର ତାଙ୍କ ସ୍ଥାନରେ ପୁଅ କାର୍ତ୍ତିଙ୍କୁ ଏଠାରେ ସୁଯୋଗ ମିଳିଛି । ଏଥିସହ କଂଗ୍ରେସ ପକ୍ଷରୁ ବିହାରର ୩ଟି, ମହାରାଷ୍ଟ୍ରର ୪, ଜାମ୍ମୁ-କାଶ୍ମୀର ଓ କର୍ଣ୍ଣାଟକର ଗୋଟିଏ ଲେଖାଏଁ ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ