କଂଗ୍ରେସର ୧୩୬ତମ ପ୍ରତିଷ୍ଠା ଦିବସ ପାଳିତ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ପିଏନଏସ: ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ଭାରତୀୟ ଜାତୀୟ କଂଗ୍ରେସର ୧୩୬ତମ ପ୍ରତିଷ୍ଠା ଦିବସ ହିଞ୍ଜିଳିକାଟୁ ବ୍ଳକ ଓ ଯୁବ କଂଗ୍ରେସ ପକ୍ଷରୁ ପାଳନ କରାଯାଇଛି । ସୋମବାର ପୂର୍ବାହ୍ନରେ ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଶମ୍ବୁ ପାଣିଗ୍ରାହୀଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ସ୍ଥାନୀୟ ପୌରାଂଚଳ ହାତରେ ଦଳୀୟ ପତକା ଧରି ସ୍ଳେଗାନ ଦେଇ ନଗର ପରିଗକ୍ରମା କରିଥିଲେ । ପରିବା ବଜାର ସ୍ଥିତ ସ୍ୱର୍ଗତା ଇନ୍ଦିରାଗାନ୍ଧୀଙ୍କ ପ୍ରତିମୁର୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଏକ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇଥିଲା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ବିଷେଦଗାରା କରାଯିବା ସହ ସମସ୍ତ ଭେଦଭାବ ଭୁଲି ପରସ୍ପର ସହ ଭାତୃଭାବ ସୃଷ୍ଟି କରିବା ଓ ଅଗାମୀ ଦିନରେ ପୌର ନିର୍ବାଚନରେ ଦଳକୁ ଅଧିକ ଶକ୍ତିଶାଳି କରିବା ସହ ଶାସକ ବିଜେଡ଼ିକୁ ଟକ୍କର ଦେବା ପାଇଁ ଋଣନୀତି ପ୍ରସ୍ତୁତ କରିବା ପାଇଁ କାର୍ଯ୍ୟପନ୍ଥା ସ୍ଥିର କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ନଗର ସଭାପତି ସୁନାରାମ ସାବତ, ଯୁବ ନେତା କହ୍ନେୟାଲାଲ ସାବତ, ମନୋଜ କୁମାର ଗୌଡ଼, ଲିଟୁ ସାହୁ, ନିଳାଂଚଳ, ସାଗର ଦାସ, ପବିତ୍ର ସେଠି, ରାଇମେହାନ ସେଠି, ନିଳମାଧବ ଦାସ, ଗୋପିନାଥ ପାଣିଗ୍ରାହୀ, ସନ୍ତୋଷ ସାହୁ, ଛାତ୍ର ନେତା ଚନ୍ଦନ କୁମାର ପାଢି, ଅନିଳ କୁମାର ପଣ୍ଡା, ଶ୍ରୀକାନ୍ତ ପରିଡ଼ା, ବିଶ୍ୱାଳ ବେହେରାଙ୍କ ସମେତ ବହୁ ଦଳୀୟ କର୍ମୀ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ