କଂଗ୍ରେସ ଆଗାମୀ ଦିନରେ ଭଲ ପ୍ରଦର୍ଶନ କରିବ: ଭକ୍ତ ଦାସ

ବୋଡେ଼ନ,(ଡୁଳେଶ୍ୱର ବାଗ):ନୂଆପଡ଼ା ଜିଲ୍ଲା ଖଡିଆଳ ଠାରେ କଂଗ୍ରେସ କମିଟି ପକ୍ଷ ରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ନବ ନିଯୁକ୍ତ ସଭାପତି ଭକ୍ତ ଚରଣ ଦାସ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେ ଇଛନ୍ତି। କଂଗ୍ରେସ ଆଗାମୀ ଦିନ ଭଲ ପ୍ରଦର୍ଶନ କରିବା ସହ ଆସନ୍ତା ୧୮ ତାରିଖ ଦିନ ଭୁବନେଶ୍ଵର ବିମାନବନ୍ଦର ଠାରୁ ପୁରୀ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ପଦଯାତ୍ରା ସଂକଳ୍ପ ଯାତ୍ରା କରିବା ନିଷ୍ପତ୍ତି ନେଇଛନ୍ତି। ୨ ଦିନ ୨ ରାତ୍ରି ପର୍ଯ୍ୟନ୍ତ ୬୪ କିଲୋମିଟର ପଥ ଅତିକ୍ରମ କରିବ। ଜଗନ୍ନାଥ ଙ୍କ ଆଶୀର୍ବାଦ ନେବା ସହ ଲୋକଙ୍କ ପାଇ କାମ କରିବ। ଏହି ପଦଯାତ୍ରା ରେ ସମସ୍ତ କଂଗ୍ରେସ ନେତା ଓ କର୍ମୀ ସାମିଲ ହୋଇ ଏକତା କାର୍ଯ୍ୟ କରି ସାଂଗଠାନିକ ମଜଭୁତ ହେବ ବୋଲି କହିଛନ୍ତି। ଦେଶ ରାଜଧାନୀ ଦିଲ୍ଲୀ ଠାରେ ବିଜେପି ପରେ ଆପ ର ସ୍ଥିତି ଠିକ ନଥିଲା। ଆସନ୍ତା ପଞ୍ଚାୟତ ନିର୍ବାଚନ ରେ କଂଗ୍ରେସ ବିଜୟ ଦେବ ବୋଲି ମତବ୍ୟକ୍ତ କରିଥିଲେ। ଖଡିଆଳ ଠାରେ ଦଳୀୟ ନେତା କମଲ ଚରଣ ତାଣ୍ଡି, ପ୍ରବୀଣ ପଟ୍ଟନାୟକ ଙ୍କ ସହ ବହୁ କର୍ମୀ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ