କଂଗ୍ରେସ କମିଟିର ବ୍ୟାଙ୍କ ଆକାଉଣ୍ଟକୁ ଅଗଣତାନ୍ତ୍ରିକ ଭାବେ ଅଚଳ କରିବା ପ୍ରତିବାଦରେ ଗଜପତିରେ ବିକ୍ଷୋଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ କଂଗ୍ରେସ କାର୍ଯ୍ୟାଳୟ ନିକଟରୁ ଏକ ଶୋଭାଯାତ୍ରା ବାହାରି କଲେଜ ଛକ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ନିକଟରେ ଗଜପତି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନକାରିଛନ୍ତି। ଦେଶରେ ବିଜେପି ସରକାର ଏବଂ ବିଜେଡ଼ି ସରକାର ଙ୍କ ଏକଛତ୍ରବାଦ ଶାସନ ଯାହା କି କଂଗ୍ରେସ ଦଳ ସବୁ ବେଳେ କହି ଆସୁଛି ଯେ ବିଜେଡ଼ି ଓ ବିଜେପି ଭାଇ ଭାଇ ଏବଂ ଏକ ମୁଦ୍ରା ର ଦୁଇ ପାର୍ଶ୍ବ I ଏହା ବହୁ ଦିନ ଧରି ଦୁଇ ଦଳର କାର୍ଯ୍ୟ କ୍ରମ ଦ୍ୱାରା ପ୍ରମାଣିତ ହୋଇସାରିଲାଣି I ରାଜ୍ୟରେ ନବୀନ ପଟ୍ଟନାୟକ ନେତୃତ୍ବାଧୀନ ବିଜେଡ଼ି ସରକାର ବିଜେପି ସରକାର ସହିତ ହାତ ମିଳାଇ ଯେଉଁ ଭଳି ଭାବରେ ଓଡ଼ିଶା ଓ ଓଡିଆର ଅସ୍ମିତାକୁ ଧ୍ବଂସ କରୁଛି ତାହା ସଦ୍ୟ ଅଶ୍ବିନୀ ବୈଷ୍ଣବଙ୍କ ରାଜ୍ୟସଭା ପ୍ରାର୍ଥୀତ୍ୱକୁ ବିଜେଡ଼ି ଦଳର ସମର୍ଥନ ଦ୍ବାରା ପ୍ରମାଣିତ ହୋଇଛି । ସେହି ପରି ସେଚ୍ଛାଚାରୀ ବିଜେପି ସରକାର ଅଖୁଳ ଭାରତ କଂଗ୍ରେସ କମିଟି ଏବଂ ଅଖିଳ ଭାରତ ଯୁବ କଂଗ୍ରେସ କମିଟି ର ବ୍ୟାଙ୍କ ଆକାଉଣ୍ଟକୁ ଅଗଣତାନ୍ତ୍ରିକ ଭାବେ ଅଚଳ କରିବା ବିରୁଦ୍ଧରେ କଂଗ୍ରେସ ଦଳର ଲଢେଇ ବହୁ ଦିନ ଧରି ଜାରି ରହିଛି ଓ ରହିବ ମଧ୍ଯ ତେଣୁ ଏହି ଅବସରରେ ଗଜପତି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନକାରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମ ରେ ରାଜ୍ୟ କଂଗ୍ରେସ ପ୍ରଚାର କମିଟି ର ଚେୟାରମେନ ତଥା ପୂର୍ବତନ ମୂଖ୍ୟ ଶାସନ ସଚିବ ଶ୍ରୀ ବିଜୟ କୁମାର ପଟ୍ଟନାୟକ, ଗଜପତି ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ମହୋନା ବିଧାୟକ ଶ୍ରୀ ଯୁକ୍ତ ଦାସରଥି ଗମାଙ୍ଗ, ନଗର କଂଗ୍ରେସ୍ ସଭାପତି ବସନ୍ତ କୁମାର ପଣ୍ଡା, ଅଭିମନ୍ୟୁ ପଣ୍ଡା,ସୂର୍ଯ୍ୟ ନାରାୟଣ ପାତ୍ର,ରାମ ପ୍ରସାଦ ପଟ୍ଟନାୟକ, ଲଳିତ ମୋହନ ଦଣ୍ଡସେନା , ମର୍ଶୁଦା ମଣ୍ଡଳ,ଲକି ପାତ୍ର,ମୁନା ମହାରଣା, ଇଶ୍ଵର ମାଝୀ ସମସ୍ତ ବ୍ଲକ୍ ଏବଂ ପଞ୍ଚାୟତ ସ୍ତରୀୟ ଶତାଧିକ ନେତା କର୍ମୀମାନେ ଉପସ୍ଥିତ ରହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ