କଂଗ୍ରେସ କର୍ମୀଙ୍କୁ ହତ୍ୟା
ଚତୁର୍ଥ ପଯ୍ୟାୟୂ ନିର୍ବାଚନ ପାଇଁ ଚଳଚଞ୍ଚଳ ରହିଥିଲା ରାଜନୈତିକ ମହଲରେ । ସକାଳ ୭ ଟା ଠାରୁ ଆରମ୍ଭ ହୋଇଯାଇଥିଲା ଭୋଟର ମାନଙ୍କର ମତଦାନ ପ୍ରକ୍ରିୟା ।ରାଜ୍ୟରେ ୬ ଟି ଲୋକସଭା ୪୧ ଟି ବିଧାନସଭାରେ ପାଇଁ ମତଦାନ ବୁଥ ଗୁଡିକରେ ଚାଲୁଥିବା ସମୟରେ ପ୍ରଶାସନ ତରଫରୁ କଡା ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ବିଭିନ୍ନ ରାଜନୈତିକ ଗୋଷ୍ଟି ମଧ୍ୟରେ ମାଡପିଟ ,ଗଣ୍ଡଗୋଳ ଚାଲୁରହିଥିଲା । ବିଭିନ୍ନ ସ୍ଥାନରେ ବିଜେପି ଏଜେଣ୍ଟ ମାନଙ୍କୁ ଆକ୍ରମଣ କରିବା ଭଳି ସଂଗୀନ ଅଭିଯୋଗ ହୋଇଛି । ଏହା ସହ ଇଭିଏମ ଭାଙ୍ଗିଲା ଭଳି ଘଟଣା ମଧ୍ୟ ନଜରକୁ ଆସିଥିଲା । ପୁଣୀ ତିନିଗୋଟି ପର୍ଯ୍ୟାୟରେ ଯାହା ହୋଇନଥିଲା ।ତାହା ଚତୁର୍ଥ ପର୍ଯ୍ୟାୟ ଅଭାବନୀୟ ଘଟଣା ଘଟିଛି । ଗତକାଲି ସେ ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଇଥିବା ବେଳେ ଆଜି ଭୋଟ ଦେଇ ଘରକୁ ଫେରୁଥିବା ସମୟରେ କିଛି ଦୁବୁର୍ତ୍ତ କାଚରେ ତାଙ୍କ ପେଟକୁ ଭୁଷି ତାଙ୍କୁ ହତ୍ୟା କରିଛନ୍ତିି । ମୃତକ ଜଣକ ଜଗତସିଂହପୁରର ଜିଲ୍ଲା ବାଲିକୁଦା –ଏରସମା ନିର୍ବାଚନ ମଣ୍ଡଳ ଗଡକୁଜଙ୍ଗ ନେଳୁଆସାହିରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ତାଙ୍କର ନାମ ଲଛମନ ବେହେରା ବୋଲି ଜଣାପଡିଛି ।