କଂଗ୍ରେସ କାର୍ଯ୍ୟାଳୟ ଉଦଘାଟିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାୟଗଡ ବ୍ଲକରେ କଂଗ୍ରେସ ଦଳ ତତ୍ପରତା ଦେଖାଇଛି । ରବିବାର ମୋହନା ବିଧାୟକତଥା ଗଜପତି ଜିଲ୍ଲା କଂଗ୍ରେସ ଦଳର ଅଧକ୍ଷ ଦାଶରଥି ଗମାଙ୍ଗ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାୟଗଡ଼ ଠାରେ କରାଯାଇଥିବା କଂଗ୍ରେସ କମିଟି କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି । ଏହି ଅବସରରେ ବିଧାୟକ ଶ୍ରୀ ଗମାଙ୍ଗ କର୍ମୀ ମାନଙ୍କୁ ଲୋକଙ୍କର ନିକଟତର ହୋଇ ରାୟଗଡ଼ ଜିଲ୍ଲାପରିଷଦର ୧୩ ନଂ ଯୋନର କଂଗ୍ରେସ ପ୍ରାର୍ଥୀନୀ ଶ୍ରୀମତୀ ମାହେଶ୍ୱରୀ ଦେବୀ(ପିଙ୍କି) ଙ୍କ ନିମନ୍ତେ ଭୋଟ ଭିକ୍ଷା କରିବାର ଗୁରୁମନ୍ତ୍ର ଦେଇଛନ୍ତି । ବିଧାୟକ କହିଛନ୍ତି ଲୋକେ କଂଗ୍ରେସ ଦଳକୁ ଚାହୁଁଛନ୍ତି ତେଣୁ ରାୟଗଡ଼ ବ୍ଲକର ଦୁଇଗୋଟି ଯୋନର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଜୟଯୁକ୍ତ କରାଇବା ର ଆବଶ୍ୟକ ରହିଛି ବୋଲି କହିଥିଲେ । ତେବେ କର୍ମୀ ମାନେ ମଧ୍ୟ ଉତ୍ସାହର ସହ କାର୍ଯ୍ୟ ଆରମ୍ଭ କରିଥିବା ଦେଖିବାକୁ ମିଳୁଛି l ଉକ୍ତ କାର୍ଯ୍ୟକ୍ରମରେ ରାୟଗଡ଼ ବ୍ଲକ କଂଗ୍ରେସ ସଭାପତି ଲବ ଶବର, ଉପସଭାପତି ମଫିଏଲ୍ ସ୍ୱାଲସିଂ, ପୂର୍ବତନ ଜିଲ୍ଲା ପରିଷଦ ପ୍ରାର୍ଥୀ ଅରୁଣ କୁମାର ମାଝୀ, ବ୍ଲକ ଯୁବ କଂଗ୍ରେସ ସଭାପତି ବିବେକା ନନ୍ଦ ଶବର, ବିନାୟକ ଭୂୟାଁ, ଜିବିଶୀୟ ସ୍ୱାଲସିଂ, ସୁବି ଚିଞ୍ଚାଣୀ ମୂର୍ସୂତା ମଣ୍ଡଳ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ରାମ ପ୍ରସାଦ ମହାନ୍ତି ଙ୍କ ସହିତ ଅନେକ କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ