କଂଗ୍ରେସ ଗଞ୍ଜମ ନଗର ସମ୍ପାଦକଙ୍କ ମାଆଙ୍କ ପରଲୋକ
ଗଂଜାମ (ବିନୋଦ ପଲେଇ): ଗଞ୍ଜମ ଏନଏସି କଂଗ୍ରେସ ସମ୍ପାଦକ ଟୁନା ଶତପଥୀଙ୍କ ମାଆ ଶୈଳବାଳା ଶତପଥୀଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିବା ବେଳେ ,ସେ ଜଣେ ଧର୍ମପରାୟଣ ,ମେଳାପୀ ପ୍ରକୃତିର ଵେକ୍ତିତ୍ବ ଥିଲେ । ଏହି ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ର ତାଙ୍କର ଶେଷ ଦର୍ଶନ ପାଇଁ ରାଜ୍ୟ ସମ୍ପାଦକ ଶମ୍ଭୁପାଣିଗ୍ରାହୀ , ବ୍ଳକ କଂଗ୍ରେସ ସଭାପତି ଗଣେଶ ରେଡ୍ଡୀ, ପୂର୍ବତନ ସାଂସଦ ପ୍ରତିନିଧି ଲକ୍ଷ୍ମୀ ପାଢ଼ୀ, ପୁର୍ବତନ ନଗର କଂଗ୍ରେସ ସଭାପତି ନବକୃଷ୍ଣ ପଣ୍ଡା ,ଗଂଜାମ ମିଡିଆ ହାଉସ ସଭାପତି ଦୂର୍ଗା ମାଧବ ପାଣିଗ୍ରାହୀ, ଆଇନଜୀବୀ ଦିଲ୍ଲୀପ କୁମାର ପଟ୍ଟନାୟକ ପ୍ରମୁଖ ସମେତ ବିଭିନ୍ନ ବର୍ଗର ଲୋକେ ଶେଷ ଦର୍ଶନ କରିଥିଲେ। ଶେଷରେ ରୁଷିକୂଲ୍ୟନଦୀ ସ୍ମସନା ଘାଟରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା

 
             
						 
						 
						 
						 
						 
						
