କଂଗ୍ରେସ ଗଡ଼ରେ ବିଜେଡିର ଦମଦାର ବିଜୟ
କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସର ଗଡ଼ଭାବେ ପରିଚିତ ରହିଥିଲା । ବିଧାନସଭା ନିର୍ବାଚନ ଆରମ୍ଭ ଠାରୁ ୨୦୦୦ଯାଏ ନିର୍ବାଚନରେ କଂଗ୍ରସର ବିଧାୟକ ହିଁ ବିଜୟୀ ହୋଇଥିବା ରେକର୍ଡ଼ ରହିଛି । ନବୀନ ପଟ୍ଟନାୟକ ତଥା ବିଜେଡି ଶାସନରେ ଥରେ ବିଜେଡି – ବିଜେପି ମେଣ୍ଟରେ ୨୦୦୦ ନିର୍ବାଚନରେ ବିଜେଡି ସାଲୁଗା ପ୍ରଧାନ ଓ ୨୦୦୮ କନ୍ଧମାଳ ଦଙ୍ଗା ପରେ ୨୦୦୯ ନିର୍ବାଚନରେ ବିଜେପିର ଥରେ ମନୋଜ ପ୍ରଧାନ ବିଜୟ ଛାଡ଼ିଦେଲେ ଆଉ ବାକି କଂଗ୍ରେସ ଦଖଲରେ ରହିଛି । ହେଲେ ବର୍ତମାନ ୨୦୧୯ସାଧାରଣ ନିର୍ବାଚନରେ କଂଗ୍ରେସ ଗଡ଼ରେ ପୂର୍ବତନ ବିଧାୟକ ତଥା ବିଜେଡି ପ୍ରାର୍ଥୀ ସାଲୁଗା ପ୍ରଧାନ ବାଜିମାତକରି କଂଗ୍ରେସ ପ୍ରାର୍ଥୀ ଶ୍ୟାମଘନ ପ୍ରଧାନଙ୍କ ଠାରୁ ୧୧୨୬୧ଟି ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇ କଂଗ୍ରେସକୁ ଧୂଳି ଚଟେଇଛି । ସେହିପରି ଦେଶରେ ମୋଦୀ ଲହର ଚାଲିଥିଲା ବେଳେ ବିଜେପି ପ୍ରାର୍ଥୀ ଅର୍ଚନା ପ୍ରଧାନ ବିଜେଡି ଓ କଂଗ୍ରେସକୁ ଧରାଛାଇ କରି ବାଜିମାତ କରିବା ଅଶାକରି ଆଶାରେ ୩୫୯୯୮ ଖଣ୍ଡ ଭୋଟପାଇ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଅନ୍ୟ ପ୍ରାର୍ଥୀ ତଥା କଂଗ୍ରେସର ଅସନ୍ତୁଷ୍ଟ ବିଧାୟକ ଜାକବ ପ୍ରଧାନ ୧୯୧୫ ଖଣ୍ଡ, ପ୍ରତାପ ପ୍ରଧାନ ୧୨୩୭ ଖଣ୍ଡ ,ପୁଶାରା କହଁର ୧୪୮୯ଖଣ୍ଡ ଓ ଏନସିପି ପ୍ରାର୍ଥୀ ୧୦୭୨ ଖଣ୍ଡ ଭୋଟ ପଇଛନ୍ତି । ଯାହାକି ବିଜୟୀ ପାଇଁ ସ୍ୱାଧୀନ ପ୍ରାର୍ଥୀ ନିର୍ଣ୍ଣାୟକ ଭୂମିକା ନେବେବୋଲି ହେଉଥିବା ଆଲୋଚନା ପ୍ରଭାବ ପକାଇପାରି ନାହିଁ । ସେହିପରି ପୂର୍ବ ନିର୍ବାଚନ ମାନଙ୍କରେ ବିଜେଡିର ବିଧାୟକ ପ୍ରାର୍ଥୀଙ୍କ ବିରୋଧୀ ଆସନ୍ତୁଷ୍ଟ ଗୋଷ୍ଠିଙ୍କ ଅସହଯୋଗ ଓ ବ୍ଲୁପ୍ରିଣ୍ଟ ଯୋଗୁ ବିଜେଡି ପ୍ରାର୍ଥୀ ପରାଜୟ କରୁଥିଲେ । ଏହି ନିର୍ବାଚନ ମଇଦାନରେ ବିରୋଧୀ ଆସନ୍ତୁଷ୍ଟଙ୍କ ଗୋଟିଚାଳନା କାମ କରିପାରିନଥିବା ସମୀକ୍ଷକଙ୍କ ଠାରୁ ପ୍ରକାଶ ପାଇଛି । ଅନ୍ୟ ପକ୍ଷରେ ବ୍ୟକ୍ତିଙ୍କ ବଦଳରେ ଦଳକୁ ଭୋଟର ଗୁରୁତ୍ୱ ଦେଇ ଥିବା ଜଣା ପଡ଼ିଛି । ସାଲୁଗା ପ୍ରଧାନଙ୍କ ବିଜୟୀରେ ନିର୍ବାଚନ ମଣ୍ଡଳୀ ତଥା ଦାରିଙ୍ଗବାଡ଼ି ବ୍ଲକର ସାମଗ୍ରିକ ବିକାଶ ହେବା ନେଇ ପ୍ରକାଶ ପାଇଛି । କାରଣ ୨୦୦୦ ନିର୍ବାଚନରେ ବିଜେଡି ବିଧାୟକ ଭାବେ ସାଲୁଗା ପ୍ରଧାନ ଯେତିକି କାମ କରିଥିଲେ ସେହି କାମକୁ ମନେପକାଇ ସେହିଭଳି ବିକାଶର କାର୍ୟ୍ୟ ଧାର ଆରମ୍ଭ ହେବବୋଲି ପ୍ରକାଶ ପାଇଛି ।