କଂଗ୍ରେସ ଛାଡ଼ିବାର ପ୍ରଶ୍ନ ଉଠୁନି: ଅଳ୍ପେଶ

ଅହମ୍ମଦାବାଦ(ଏଜେନ୍ସି): କଂଗ୍ରେସ ବିଧାୟକ ତଥା ଗୁଜରାଟର ଓବିସି ନେତା ଅଳ୍ପେଶ ଠାକୁର ବିଜେପିରେ ମିଶିବା ନେଇ ସମ୍ପ୍ରତି ଯେଉଁ ଆଲୋଚନା ଚାଲିଛି ଆଜି ଏହା ଉପରେ ନିଜେ ଅଳ୍ପେଶ ସ୍ପଷ୍ଟୀକରଣ ରଖିଛନ୍ତି । ଅଳ୍ପେଶଙ୍କ କହିବାନୁସାରେ ସେ ଏବେ କଂଗ୍ରେସ ଛାଡ଼ିବାର ପ୍ରଶ୍ନ ଉଠୁନି । ବରଂ ସେ କଂଗ୍ରେସରେ ରହି ନିଜ ଲୋକଙ୍କ ପାଇଁ କାମ କରିବାକୁ ବେଶ୍ ଖୁସି ପାଉଛନ୍ତି । ଆଗାମୀ ଲୋକସଭାରେ ମଧ୍ୟ ସେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହେବେ ବୋଲି ସ୍ପଷ୍ଟ କରିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଳ୍ପେଶ ଠାକୁର ସୂଚନା ଦେଇ କହିଛନ୍ତି, କିଛି ପ୍ରସଙ୍ଗକୁ ନେଇ ରାଜ୍ୟ କଂଗ୍ରେସର କିଛି ନେତାଙ୍କ ସହ ମତାନ୍ତର ରହିଥିବା କଥା ସତ କିନ୍ତୁ ଏହାକୁ ନେଇ ବିଚଳିତ ନୁହଁନ୍ତି । ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାମ କରୁଛନ୍ତି ଏବଂ ଯେତେଦିନ ପର୍ଯ୍ୟନ୍ତ ସବୁକିଛି ଠିକ୍ ଚାଲିଥିବ ସେ କଂଗ୍ରେସ ଛାଡିବା କଥା ଚିନ୍ତା ମଧ୍ୟ କରିବେ ନାହିଁ । ଅଳ୍ପେଶ ଗୁଜରାଟରେ ଓବିସି ନେତା ଭାବେ ଚର୍ଚ୍ଚାକୁ ଆସିଥିଲେ । ଓବିସି ସଂରକ୍ଷଣ କୋଟା ଦାବିକୁ ସେ ଜୋରଦାର କରିବା ପରେ ସ୍ଥାନୀୟ ଅଞ୍ଚଳରେ ସେ ଏକ ଚର୍ଚ୍ଚିତ ଚେହେରା ପାଲଟିଯାଇଥିଲେ । ପରେ ୨ଠ୧୭ରେ ସେ କଂଗ୍ରେସରେ ଯୋଗ ଦେଇଥିଲେ । ଗତମାସ ସେ ଅଭିଯୋଗ କରିଥିଲେ ଯେ କଂଗ୍ରେସରେ ସାମିଲ ହେବା ପରେ ତାଙ୍କୁ କିଛି ମିଳି ନାହିଁ । ତାଙ୍କର ଏପ୍ରକାର ଅଭିଯୋଗ ପରେ ସେ ଆଗାମୀ ନିର୍ବାଚନରେ କଂଗ୍ରେସ ଛାଡି ବିଜେପିରେ ଯୋଗଦେଇପାରନ୍ତି ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ