କଂଗ୍ରେସ ଛାଡ଼ି ଶିବସେନାରେ ପ୍ରିୟଙ୍କା ଚତୁର୍ବେଦୀ

ନୂଆଦିଲ୍ଲୀ(ଏଜେନ୍ସି): କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଶୁକବ୍ରାର ଅପ୍ରତ୍ୟାଶିତ ଭାବେ ଦଳରୁ ଇସ୍ତଫା ଦେଇଛନ୍ତି । ନିଜ ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପ୍ରିୟଙ୍କା ପଠାଇ ଦେଇଛନ୍ତି । ଏହା ପରେ ସେ ଶିବସେନାରେ ସାମିଲ ହୋଇଛନ୍ତି । ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଉପସ୍ଥିତିରେ ସେ ଦଳରେ ଯୋଗଦେଇଛନ୍ତି । ଏହି ଅବସରରେ ପ୍ରିୟଙ୍କା କହିଛନ୍ତି, ସେ ମୁମ୍ବାଇ ପାଇଁ କାମ କରିବାକୁ ଚାହୁଁଛନ୍ତି, ଏଥିପାଇଁ ଶିବସେନାରେ ସାମିଲ ହୋଇଛନ୍ତି ।
ପ୍ରିୟଙ୍କା ନିଜ ଟ୍ୱିଟରରେ ମଧ୍ୟ ସେ ‘କଂଗ୍ରେସ ରାଷ୍ଟ୍ରୀୟ ପ୍ରବକ୍ତା’ ଲେଖାକୁ ହଟାଇ ଶିବସେନା ନେତ୍ରୀ ଭାବେ ଦର୍ଶାଇଛନ୍ତି । ପ୍ରକାଶ ଯେ, ଗତ କିଛିଦିନ ହେବ ପ୍ରିୟଙ୍କା, ଦଳ(କଂଗ୍ରେସ)ରେ ଗୁଣ୍ଡାଶ୍ରେଣୀୟ ଲୋକଙ୍କୁ ବେଶୀ ପ୍ରାଧାନ୍ୟ ଦିଆଯାଉଛି ବୋଲି ଅଭିଯୋଗ କରିଥିଲେ । ସୂଚନାଯୋଗ୍ୟ, ଏପ୍ରିଲ ୧୭ରେ ପ୍ରିୟଙ୍କା ମଥୁରା ଯାଇଥିବାବେଳେ ସ୍ଥାନୀୟ କିଛି କଂଗ୍ରେସ ନେତା ତାଙ୍କ ସହ ଅଶୋଭନୀୟ ଆଚରଣ କରିଥିଲେ । ତାଙ୍କୁ ଗାଳିଗୁଲଜ କରିବା ସହ ପଥରମାଡ ମଧ୍ୟ କରିଥିଲେ । ଏନେଇ ପ୍ରିୟଙ୍କା ନିଜ ଟ୍ୱିଟରରେ ଅଭିମାନ ଜାହିର କରିଥିଲେ । କିନ୍ତୁ ଉକ୍ତ ନେତାଙ୍କ ଉପରେ ଦଳ କୌଣସି କାର୍ଯ୍ୟନୁଷ୍ଠାନ ନେଇନଥିଲା । ନିକଟରେ ପ୍ରିୟଙ୍କା କହିଥିଲେ ଯେ, ତାଙ୍କ ଉପରେ ଆକ୍ରମଣ କରିଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ସେମାନଙ୍କୁ ଛାଡିଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏଥିରୁ କଂଗ୍ରେସ ପ୍ରତି ତାଙ୍କ ମନୋଭାବରେ ପରିବର୍ତ୍ତନ ଆସିଥିବା ସ୍ପଷ୍ଟ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ