କଂଗ୍ରେସ ତରଫରୁ ୬ଘଣ୍ଟା ବନ୍ଦ ଡାକରା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା କଂଗ୍ରେସ ତରଫରୁ ଆଜି ୬ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ରାଜ୍ୟ କଂଗ୍ରେସ କମିଟିର ଆହ୍ୱାନକ୍ରମେ ଗଜପତି ଜିଲ୍ଲା କଂଗ୍ରେସ କମିଟି ତରଫରୁ ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବିରେ ସମଗ୍ର ଜିଲ୍ଲାରେ ସକାଳ ୬ଘଣ୍ଟା ଠାରୁ ମଧ୍ୟାହ୍ନ ୧୨ଘଣ୍ଟା ପ ର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି ବୋଲି ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁର୍ଯ୍ୟନାରାୟଣ ପାତ୍ର ସୁଚନା ଦେଇ ଜିଲ୍ଲାବାସୀ ବନ୍ଦ ପାଳନରେ ସହେଯାଗ କରିବା ପାଇଁ ନିବେଦନ କରିଛନ୍ତି । ସେ କହିଛନ୍ତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲାର ମୋଟ ୭ଗୋଟି ବ୍ଲକ ଯଥା, ମୋହନା, ଆର.ଉଦୟଗିରି, ନୁଆଗଡ, ଗୋଷାଣୀ,ରାୟଗଡ, କାଶୀନଗର,ଗୁମ୍ମା ଆଦି ଅଞ୍ଚଳରେ ଏହି ବନ୍ଦ ପାଳନ କରିବା ପାଇଁ କଂଗ୍ରେସ ଦଳ ତରଫରୁ ଡାକରା ଦିଆଯାଇଛି । ମୋହନା ଅଞ୍ଚଳରେ କଂଗ୍ରେସ ଦଳ ତରଫରୁ ବନ୍ଦ ପାଳନ ସଫଳ ନେଇ ବ୍ଲକବାସୀଙ୍କୁ ବ୍ଲକ ସଭାପତି ଶଙ୍କର ପ୍ରଧାନ ନିବେଦନ କରିବା ସହ ବନ୍ଦ ପାଳନ ନେଇ ଅଡବା ଓ ମୋହନା ଥାନା ଅଧିକାରୀଙ୍କୁ ଲିଖିତ ଭାବେ ପ୍ରଦାନ କରିଛନ୍ତି ।