କଂଗ୍ରେସ ଦଳର ପକ୍ଷରୁ ଛତ୍ରପୁର ରେ ପିଆଜ ବିକ୍ରି

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ପିଆଜର ଦର ଦ୍ରୁତ ଗତିରେ ବଢଚାଲିବା ସହ ବଜାରରେ ପିଆଜର କିଲୋ ପିଛା ଦର ୧୨୦ ରୁ ୧୫୦ ଟଙ୍କା ହୋଇଥିବା ବେଳେ ସାଧାରଣ ଖାଉଟି ଠାର ଆରମ୍ଭ କରି ବଡ ବଡିଆଙ୍କ ମୁଣ୍ଡରେ ଚଡକ ପଡିଛି । ଏ ନେଇ ଜାତୀୟ କିଷାନ କଂଗ୍ରେସର ସାଧାରଣ ସମ୍ପାଦକ ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଛତ୍ରପୁର କଂଗ୍ରେସ ଦଳ ପକ୍ଷରୁ ସ୍ଥାନୀୟ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବନେତା ତଥା ସୁସଙ୍ଗଠକ ଭାଗିରଥୀ ବେହେରାଙ୍କ ନେତୃତ୍ୱରେ ଆଜି ପିଆଜ କେଜି ପିଛା ୬୦ ଟଙ୍କା ଦରରେ ସମସ୍ତ ବର୍ଗର ଲୋକମାନଙ୍କୁ ପ୍ରଦାନ କରାଯାଇଛି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପିଆଜ ପାଇଁ ଏକ ପ୍ରକାର ଜନ ଗହଳି ହୋଇଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଦଳର ଜିଲ୍ଲା ସାଧାରଣ ସମ୍ପାଦକ ଗଣପତି ବାରିକ, ପୂର୍ବତନ ସରପଂଚ ଡି.ରାମସ୍ୱାମୀ ରେଡ୍ଡୀ, ଆଇଏନଟିୟୁସି ନେତା ତଥା ଗୋପାଳପୁର ଡକ୍ ୱାର୍କସ ୟୁନିଅନର ସଭାପତି ଜି.ଏରେୟା, କ୍ରାନ୍ତି ଯୁବଛାତ୍ର ସଂଘର ସଭାପତି ଇଜୁ ଆମିନ ଖାନ୍‌, ପୂର୍ବତନ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ର ସଂସଦର ସଭାପତି ସୁବୋଧ ସୁମନ ସ୍ୱାଇଁ, ମହେଶ ଗୌଡ଼, ଅଭିଷେକ ପଟ୍ଟନାୟକ, କାଳିଆ ରାଉଳଙ୍କ ସମେତ କଂଗ୍ରେସ ଦଳର ବହୁ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ