କଂଗ୍ରେସ ଦଳ ପକ୍ଷରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା କଂଗ୍ରେସ କାର୍ଯ୍ୟାଳୟ ପରିସରରେ କନ୍ଧମାଳ ଡିସିସି ପକ୍ଷରୁ ଦଳୀୟ କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ଆଗାମୀ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ଇସ୍ତାହାର ସକାଶେ ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି | ଏଥିରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଅନାମ ନାୟକ, ଓଡିଶା ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ଅଧ୍ୟକ୍ଷ ତଥା କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ, ଆରଜିପିଆରଏସ ଉପାଧ୍ୟକ୍ଷ ବିଜୟ ପ୍ରଧାନ, କନ୍ଧମାଳ ଜିଲ୍ଲା କଂଗ୍ରେସ ପ୍ରଭାରୀ ବିସ୍ମୟ ମହାପାତ୍ର,ପିସିସି ଉପସଭାପତି ନକୁଳ ନାୟକ, କନ୍ଧମାଳ କଂଗ୍ରେସ ସାଂସଦ ପ୍ରାଥୀ ମନୋଜ ଆଚାର୍ଯ୍ୟ ପ୍ରମୁଖ ବୈଠକ ରେ ଉପସ୍ଥିତ ରହି ଆଗାମୀ ପଞ୍ଚାୟତ ନିର୍ବାଚନ ସକାଶେ କନ୍ଧମାଳ ଜିଲ୍ଲା ରେ ଦଳୀୟ ରଣନୀତି ନିମନ୍ତେ ପ୍ରାକ ପ୍ରସ୍ତୁତି ବୈଠକ ହୋଇଛି | କନ୍ଧମାଳ ଜିଲ୍ଲାରେ ମୁଖ୍ୟତଃ ଶିକ୍ଷା, ସ୍ୱାସ୍ଥ୍ୟ, ବେକାରୀ, ଦାଦନ ଭଳି ବିଭିନ୍ନ ସମସ୍ୟା ଲୋକ ମାନଙ୍କ ରହିଛି | ଏ ସମ୍ପର୍କ ରେ କନ୍ଧମାଳ ଜିଲ୍ଲା ର ବିଭିନ୍ନ ବ୍ଲକ ଓ ଏନଏସି ର ଦଳୀୟ କାର୍ଯ୍ୟକର୍ତ୍ତା ମଧ୍ୟରେ ମାନସ ମନ୍ଥନ ବୈଠକ ହୋଇଛି | ଆଗାମୀ ଦିନ ରେ କଂଗ୍ରେସ ଦଳ କନ୍ଧମାଳ ଜିଲ୍ଲା ର ପ୍ରତ୍ୟେକ ଗାଁ କୁ ଯାଇ ସେମାନଙ୍କ ସମସ୍ୟା ବିଷୟରେ ଅବଗତ ହୋଇ ଦଳ ର ଇସ୍ତାହାର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହେବ | କନ୍ଧମାଳ ଜିଲ୍ଲାରୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପ୍ରାକ ପ୍ରସ୍ତୁତି ଇସ୍ତାହାର ପାଇଁ ରଣନୀତି ପ୍ରସ୍ତୁତ ହୋଇ ଥିବା କନ୍ଧମାଳ ଜିଲ୍ଲା କଂଗ୍ରେସ ପ୍ରଭାରୀ ବିସ୍ମୟ ମହାପାତ୍ର ସୂଚନା ଦେଇଛନ୍ତି | କନ୍ଧମାଳ ଜିଲ୍ଲା ର ବିଭିନ୍ନ ସମସ୍ୟା କୁ ନେଇ କଂଗ୍ରେସ ଦଳ ପକ୍ଷରୁ ରାଜ୍ୟ ସରକାର ଙ୍କ ଅସଫଳତା କୁ ନେଇ ଲୋକ ଙ୍କ ପାଖରେ ରେ ପହଂଚିବୁ ବୋଲି ରାଜ୍ୟ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି | ଏହି ବୈଠକ ରେ ଜିଲ୍ଲା ରାଜୀବ ଗାନ୍ଧୀ ପଂଚାୟତ ରାଜ ଜିଲ୍ଲା ସଂଯୋଜକ ପ୍ରତାପ ପ୍ରଧାନ, ଜୋନାଲ ସଂଯୋଜକ ସନ୍ତୋଷ କୁମାର ବକ୍ସି ସମେତ ଦଳୀୟ କର୍ମୀ ଯୋଗଦେଇ ଥିଲେ | କନ୍ଧମାଳ ଜିଲ୍ଲା ରେ ସରକାରୀ ଅଧିକାରୀ ମାନେ ରାଜନୀତିକ କର୍ମୀ ଭଳି କାର୍ଯ୍ୟ କରୁ ଥିବା ନେଇ କଂଗ୍ରେସ ଦଳ ଆରୋପ କରିଛି | ଆଗାମୀ ଦିନ ରେ ଲୋକଙ୍କ ପାଖରେ କଂଗ୍ରେସ ଦଳ ପହଞ୍ଚି ପୁଙ୍ଖାନୁପୁଙ୍କ ଆଲୋଚନା କରି ସଚେତନ କରିବ ବୋଲି ସାମ୍ବାଦିକ ସମ୍ବିଳନୀ ରେ ସୂଚନା ଦେଇଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ