କଂଗ୍ରେସ ଦଳ ପଦଯାତ୍ରା ରେ ରମେଶ ଜେନାଙ୍କୁ ବିପୁଳ ସମ୍ବର୍ଦ୍ଧନା
ଗଜପତି,(ଯୁଗାବ୍ଦ ନ୍ୟୁଜ୍): ଗଜପତି ଜିଲ୍ଲା ରା. ଉଦୟଗିରିରେ କଂଗ୍ରେସ ଦଳ ପକ୍ଷରୁ ଜନ ସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପଦ ଯାତ୍ରାରେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ ରା. ଉଦୟଗିରି ଅଞ୍ଚଳର କଂଗ୍ରେସ କର୍ମୀ ଓ ବିଧାୟକ ରମେଶଙ୍କୁ ଭଲ ପାଉଥିବା ଅନେକ ସମର୍ଥକ ତାଙ୍କୁ ସ୍ବାଗତ ଜଣାଇଥିବା ଦେଖିବାକୁ ମିଳିଛି। ଗଜପତି ଜିଲ୍ଲା କଂଗ୍ରେସ ଦଳ ପର୍ୟ୍ୟବେକ୍ଷକ ଭାବେ ରମେଶ ଚନ୍ଦ୍ର ଜେନା ପାରଳାଖେମୁଣ୍ଡି ଗ୍ରସ୍ତ କରିବା ସମୟରେ ରା. ଉଦୟଗିରି ଥାନା ସମ୍ମୁଖରେ ରମେଶଙ୍କୁ ଦଳୀୟ କର୍ମୀ ଓ ତାଙ୍କୁ ଭଲ ପାଉଥିବା ଅନେକ ସମର୍ଥକମାନେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ଵାଗତ ଜଣାଇବା ସହ ଏକ ବିରାଟ ପଟୁଆରରେ ଏ ଅଞ୍ଚଳର ପାରମ୍ପରିକ ଆଦିବାସୀ ନୃତ୍ୟର ତାଳେ ତାଳେ ବାଜା ବଜାଇ ସହ ସହ ଲୋକ ରମେଶଙ୍କ ସହ ସାମିଲ ହୋଇ ଥାନାଛକ ଠାରୁ ସ୍ଥାନୀୟ ହାଟପଦା ପର୍ୟ୍ୟନ୍ତ ପଦଯାତ୍ରା କରିଥିବା ଦେଖିବାକୁ ମିଳିଥିଲା ବହୁ ବର୍ଷ ପରେ ଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ପାଦ ରା. ଉଦୟଗିରି ରେ ପଡ଼ିଥିବା ହେତୁ ଅଞ୍ଚଳର କଂଗ୍ରେସ କର୍ମୀ ଓ ତାଙ୍କ ସମର୍ଥକମାନେ ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ। ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।