କଂଗ୍ରେସ ଦ୍ୱାରା ଗ୍ରିଡ଼କୋ ଏବଂ ଟାଟା ପାୱାର ଅଫିସ ସମ୍ମୁଖରେ ବିକ୍ଷୋଭ ଓ ଧାରଣା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କଂଗ୍ରେସ କମିଟି ତରଫରୁ ସମଗ୍ର ଜିଲାରେ ବାରମ୍ବାର ଅଘୋଷିତ ବିଦୁତ କାଟ ଓ ଅହେତୁକ ବିଦୁତ ଦେୟ ବୃଦ୍ଧି ପ୍ରତିବାଦ କରାଯାଇ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଗ୍ରୀଡ଼କୋ ଏବଂ ଟାଟା ପାୱାର ଅଫିସ ସମ୍ମୁଖରେ ଧାରଣା ଦିଆଯାଇ ବିକ୍ଷୋଭ ପ୍ରଦଶନ କରାଯାଇଥିଲା. ଆଜି ସକାଳ ୧୧ ଘଣ୍ଟା ସମୟରେ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟାଳୟ ଠାରୁ କଂଗ୍ରେସ ନେତା ଓ କର୍ମୀମାନଙ୍କ ଏକ ରାଲି ପାରଳା ସହର ପରିକ୍ରମା କରି ଗ୍ରୀଡ଼କୋ ଅଫିସ ସମ୍ମୁଖରେ ଧାରଣା ଦିଆଯିବା ସହ କର୍ମୀମାନେ ବିକ୍ଷୋଭ ପ୍ରଦଶନ କରିଥିଲେ. ଗଜପତି ଜିଲ୍ଲା କଂଗ୍ରେସ କମିଟିର ସଭାପତି ତଥା ମୋହନା ବିଧାୟକ ଦାସରଥୀ ଗମାଙ୍ଗଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ସଞ୍ଜୟ ଅଧିକାରୀ, ବସନ୍ତ କୁମାର ପଣ୍ଡା ପ୍ରମୁଖଙ୍କ ସହ ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ.