କଂଗ୍ରେସ ନେତାଙ୍କ ଅଶ୍ଳୀଳ ମନ୍ତବ୍ୟକୁ ନେଇ ବିଜେପିର ବିରୋଧ

ବାଲେଶ୍ୱର, (ସରୋଜ ପଣ୍ଡା) : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ଅଶ୍ଳୀଳ ସମ୍ବୋଧନକୁ ନେଇ ସଦର ବିଜେପି ପ୍ରତିବାଦ କରିଛି । ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ବିଜେପି କର୍ମୀ ଓ ସମର୍ଥକମାନେ ନଗ୍ରମ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତିି । ଦେଶରେ ପ୍ରଥମ ଥର ପାଇଁ ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଧିଷ୍ଠିତ ଓଡ଼ିଶାର ଆଦିବାସୀ କନ୍ୟାଙ୍କ ପ୍ରତି କଂଗ୍ରେସ ନେତା କଟୁ ମନ୍ତବ୍ୟ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ଶ୍ରୀ ଦତ୍ତ କହିଛନ୍ତି । ଅଧୀର ରଞ୍ଜନ ଚୌଧୁରୀଙ୍କ ହୀନ ମାନସିକତାର ପ୍ରତିଫଳିତ ହୋଇଛି । ଏନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କ ସମେତ ସମଗ୍ର ଆଦିବାସୀ ସମ୍ପ୍ରଦାୟକୁ କ୍ଷମା ମାଗନ୍ତୁ ବୋଲି ସଦର ବିଜେପି କାର୍ଯ୍ୟକର୍ତ୍ତାମାନେ ଦାବି କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ବନିତା ଭୂୟାଁ, ସମତିସଭ୍ୟ ରଞ୍ଜନ ପାଣି, ଜିଲା ପରିଷଦ ସଭ୍ୟ ଗୟାଧର ବେହେରା, ପ୍ରଶାନ୍ତ ନାୟକ, ପୂର୍ବତନ ସରପଞ୍ଚ ସର୍ବେଶ୍ୱର ମହାନ୍ତି, ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ମଣ୍ଡଳ ସଭାପତି କାତ୍ତିକ ରାଉତ, ମଣ୍ଡଳ ପ୍ରଭାରୀ ଗୌରାଙ୍ଗ ଦାସ, ବାବାଜି ପାଣି, ହରିଶ ସାହାଣୀ, ସର୍ବେଶ୍ୱର ବୁଗୁଡାଇ, ଶଙ୍କରା ମାଝୀ, ଟୁଙ୍କୀ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ