କଂଗ୍ରେସ ନେତା ଗଣେଶରେଡ୍ଡୀଙ୍କ ଦ୍ୱାଦଶ ଶୋକସଭା
ଗଞ୍ଜାମ, (ବିନୋଦ ପଲାଇ):କଂଗ୍ରେସର ବରିଷ୍ଠନେତା ତଥା ଗଞ୍ଜାମ ବ୍ଲକ ସଭାପତି ଏନ. ଗଣେଶ ରେଡ୍ଡୀଙ୍କ ଦ୍ୱାଦଶରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି l ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ସ୍ଥାନୀୟ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ପୂର୍ବତନ ବିଧାୟକ ଅଶୋକ ଚୋୖଧିରୀ, କଂଗ୍ରେସ ନେତା ଶମ୍ଭୁ ପାଣିଗ୍ରାହୀ, ଭୋକିଲା ସେଠୀ,ଭାଗିରଥି ବେହେରା, ବିଜେଡି ନେତା ପ୍ରଶାନ୍ତ କର, ପୂର୍ବତନ ସାଂସଦ ପ୍ରତିନିଧି ଲକ୍ଷ୍ମୀ ପାଢ଼ୀ, ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା, ପୂର୍ବତନ ବ୍ଲକ ଉପାଧ୍ୟାକ୍ଷା ଭାଗ୍ୟରେଡ୍ଡୀ, ପୂର୍ବତନ ସରପଞ୍ଚ ସମାରେଡ୍ଡୀ, ଗଞ୍ଜାମ ଏନଏସି ଉପାଧ୍ୟାକ୍ଷା ସୁରେନ୍ଦ୍ର ବାରିକି, ଗଞ୍ଜାମ ଏନଏସି କଂଗ୍ରେସ ସାମ୍ପାଦକ ଯଜ୍ଞଶ୍ୱର ଶତପଥୀ, ପ୍ରମୁଖ ଉପସ୍ଥିତ ଥିଲେ l. ତାଙ୍କର ଏକ ମାତ୍ର ପୁତ୍ର କୁନା ରେଡ୍ଡୀ ଉପସ୍ଥିତ ଥିଲେ l ସ୍ବର୍ଗତ ଗଣେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକ, ପୂର୍ବତନ ଉପ- ମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ୱାଳ ଓ ପୂର୍ବତନ ସାଂସଦ-ଜୟନ୍ତୀପଟ୍ଟନାୟକଙ୍କସହଯୋଗୀ ରୂପେ କାମ କରିବା ସହ ଦଳରେ ନିଜର ସ୍ୱତନ ପରିଚୟ ସୃଷ୍ଟି କରିପାରିଥିଲେ l ତାଙ୍କର ମୃତ୍ୟୁରେ ଏକ ଶୋକର ଛାୟା ଖେଳିଯାଇଛି l