କଂଗ୍ରେସ ନେତା ଗୋପାଳ ଜେନାଙ୍କ ଦେହାନ୍ତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସର ପୂର୍ବତନ ଉପସଭାପତି ଗୋପାଳ ଚନ୍ଦ୍ର ଜେନାଙ୍କର ୬୭ବର୍ଷ ବୟସରେ ପରଲୋକ ହୋଇଯାଇଛି । କେନ୍ଦ୍ରାପଡା ସହରର ନସଡିପୁରସ୍ଥିତ ବାସଭବନରେ ବାସ କରୁଥିବା ସ୍ୱର୍ଗତ ଜେନା ଦୀର୍ଘଦିନ ଧରି କିଡନୀ ରୋଗରେ ପିଡିତ ଥିଲେ । ତାଙ୍କ ଦେହ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ପ୍ରଥମେ କଟକର ଏକ ବେସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ଭୁବନେଶ୍ୱରର ଏକ ବେସରକାରୀ ହସପିଟାଲକୁ ସ୍ଥାନାନ୍ତର କରାଯିବା ବେଳେ ସେହି ହସପିଟାଲ ନିକଟରେ ପହଞ୍ଚିବା ବେଳକୁ ତାଙ୍କର ବିୟୋଗ ହୋଇଯାଇଥିଲା । ତାଙ୍କ ମର ଶରୀରକୁ ପ୍ରଥମେ କେନ୍ଦ୍ରାପଡାକୁ ଅଣାଯାଇ ପରିବାର ପରିଜନ ଓ ଆତ୍ମୀୟମାନେ ଶେଷ ଦର୍ଶନ କରିଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ତାଙ୍କର ଏକମାତ୍ର ପୁତ୍ର ସୈାମ୍ୟକାନ୍ତ ଜେନା ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କର ସଭାପତି ଗୁରୁପ୍ରସାଦ ମହାନ୍ତି, ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତି, ଓକିଲ ସଙ୍ଘ ସଭାପତି ଧ୍ରୁବ ଚରଣ ଜେନା, ମହମ୍ମଦ ଆକବର ଅଲ୍ଲୀ, ବିଜୟ ଅଗ୍ରୱାଲ, ଯୁବନେତା ରାଜେଶ ପଣ୍ଡା, ଗୋପାଳ ମାହାଲିକ, ପ୍ରଦୀପ୍ତ କୁମାର ଦାସ, ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ଅଧ୍ୟାପକ ଅଜୟ ସାମଲ, ମନୋରଞ୍ଜନ ମହାନ୍ତି, ଗୟାଧର ଧଳ, କଂଗ୍ରେସ ନେତା ପ୍ରଫୁଲ୍ଲ ଦାସ, ଲୋକନାଥ ରାଉତ, ହରେକୃଷ୍ଣ କର ପ୍ରମୁଖ ତାଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ଝିଅ ,ଜ୍ୱାଇଁ, ଅମ୍ରିତା, ହିତୁ ଓ ସୁଇଟ,ସୈାମ୍ୟ ଓ ପୁତୁରା ବଳଦେବ ଜେନା, ଉମାଶଙ୍କର ଜେନା, କାଉନସିଲର ପ୍ରଦୀପ୍ତ ଜେନା, ମହେନ୍ଦ୍ର ରାଉତ, ବରଦାକାନ୍ତ ବରାଳ ପ୍ରମୁଖ ଉପସ୍ଥିତ ଥିଲେ ।