କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଦ୍ବିତୀୟଥର ପାଇଁ କରୋନା ସଂକ୍ରମିତ
ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ କରୋନା ସଂକ୍ରମିତ ହୋଇଥିବା ବୁଧବାର ନିଜେ ପ୍ରିୟଙ୍କା ସାମାଜିକ ଗଣମାଧ୍ୟମ ଟ୍ବିଟର୍ର ମାଧ୍ୟମରେ ସୂଚନା ଦେବା ସହ ସେ କହିଛନ୍ତି ଯେ ଗତ ୩ ମାସ ମଧ୍ୟରେ ଦ୍ବିତୀୟଥର ପାଇଁ କରୋନା ସଂକ୍ରମିତ ହୋଇଛନ୍ତି । କରୋନା ସଂକ୍ରମିତ ହୋଇଥିବାରୁ ସେ ସଙ୍ଗରୋଧରେ ରହିବା ସହ ସମସ୍ତ ନିୟମ ପାଳନ କରୁଥିବା ପ୍ରକାଶ କରିଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ବୁଧବାର ଜାରି ବିଜ୍ଞପ୍ତି ଅନୁଯାୟୀ ଦିନକରେ ଦେଶରେ ୧୬,୦୪୭ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟସଭାର ବିରୋଧୀ ଦଳ ନେତା ତଥା ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ୍ଗେ କରୋନା ସଂକ୍ରମିତ ହୋଇଥିବା ନେଇ ସାମାଜିକ ଗଣମାଧ୍ୟମରେ ସୂଚନା ଦିଆଯାଇଥିଲା।


