କଂଗ୍ରେସ ପକ୍ଷରୁ ଗାନ୍ଧୀ ଜୟନ୍ତି ପାଳିତ
ଛତ୍ରପୁର,(ଦେବଦତ୍ତ ମହାରଣା): ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବନେତା ଭାଗିରଥୀ ବେହେରାଙ୍କ ନେତୃତ୍ୱରେ ମହାତ୍ମା ଗାନ୍ଧିଙ୍କ ୧୫୧ତମ ଓ ଲାଲବାହାଦୂର ଶାସ୍ତ୍ରିଜୀଙ୍କ ୧୧୬ତମ ଜୟନ୍ତୀ ପାଳିତ ହୋଇଯାଇଛି । ବରିଷ୍ଠ ନେତା କଂଗ୍ରେସ ନେତା ଗଣପତି ବାରିକ , ରାଜୀବ ଗାନ୍ଧୀ ପଞ୍ଚାୟତରାଜ ସଂଗଠନର ଗଂଜାମ ଓ ଗଜପତି ଜିଲ୍ଲାର ସଂଯୋଜକ ବିସ୍ମୟ ମହାପାତ୍ର , ପୁର୍ବତନ ସରପଞ୍ଚ ଟି.କ୍ରିଷ୍ଣା ରେଡ୍ଡୀ, ଗଂଜାମ ବ୍ଲକ ସଭାପତି ଟୁନା ଶତପଥୀ, ସୁବୋଧ ସୁମନ ସ୍ୱାଇଁ, ଏନ.ରାମା ରେଡ୍ଡୀ, ଆଇନଜିବୀ ବାବୁ ନାହାକ, ହୁଷିକେଷ ବେହେରା, ହାଡୁ ରେଡ୍ଡୀ, ମହେଶ ଗୈାଡ , ଦୀପକ ରାଉଳ, ଙ୍କ ସମେତ ବହୁ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ରହି ଗାନ୍ଧିଜୀ ଓ ଶାସ୍ତ୍ରିଜୀଙ୍କ ଗୁଣଗାନ କରିବା ସହ କୋଭିଡ ଉପରେ ସଚେତନତା କରାଯାଇଥିଲ।।


