କଂଗ୍ରେସ ପକ୍ଷରୁ ତୈଳ ଦର ବୃଦ୍ଧିର ପ୍ରତିବାଦରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ଵରାଙ୍କ ପତ୍ର

ଛତ୍ରପୁର, (ଦେବଦତ୍ତ ମହାରଣା) : ଅତ୍ୟାବଶ୍ୟକ ସାମଗ୍ରୀର ଦର ଦାମ ବୃଦ୍ଧିକୁ ପ୍ରତିବାଦ କରି ଶୁକ୍ରୁବାର ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱ୍‌ରେ ଛତ୍ରପୁର ସହର ଠାରେ ପ୍ରତିବାଦ କରାଯିବା ସହିତ ସ୍ଥାନୀୟ ଅପର ବସଷ୍ଟାଣ୍ଡ ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଅପର ବସଷ୍ଟାଣ୍ଡ ସ୍ଥିତ ପୁର୍ବତନ ପ୍ରଧାନମନ୍ତ୍ରୀଙ୍କ ପ୍ରତିମୁର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ ଏକ ସାଇକେଲ ଓ ଶଗଡ ରାଲି ସହର ପରିକ୍ରମା କରିଥିଲା । ଏହି ରାଲିରେ ଜିଲ୍ଲା ସଭାପତି ଶ୍ରୀ ଜେନା ନିଜେ ସାଇକେଲ ଚଲାଇ ଦଳୀୟ କର୍ମୀ ଓ ନେତାଙ୍କୁ ନେଇ ସହର ପରିକ୍ରମା କରିଥିଲେ । ଏଥିରେ ଶତାଧିକ ଦଳୀୟ ନେତା ଓ କର୍ମୀ ମାନେ ସାମିଲ ହୋଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ନାରାବାଜି ଦେଇଥିଲେ । କେନ୍ଦ୍ରରେ ବିଜେପି କ୍ଷମତା ଦଖଲ କରିବା ପାଇଁ ଯେଉଁ ସବୁ ମିଛ ପ୍ରତିଶୃତି ଦେଇଥିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ପୁରଣ ହୋଇପାରିନାହିଁ । ଓଲଟା ସରକାରକୁ ଆସିବା ପରେ ବିଜେପି ଅତ୍ୟାବଶ୍ୟକ ସାମଗ୍ରୀର ମୁଲ୍ୟ ବୃଦ୍ଧି କରି ଜନମାରଣ ନିତୀ କରାଇଛନ୍ତି । ବିଜେପିର ଆଚ୍ଛା ଦିନ ବୋଲି ପ୍ରଶ୍ନ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି । ଦରଦାମ ବୃଦ୍ଧି ଯୋଗୁଁ ଗରିବ ତଥା ମଧ୍ୟବିତ୍ ଶ୍ରେଣୀର ପରିବାର ଗୁଡିକ ଅଣନିଶ୍ୱାସୀ ହୋଇ ପଡିଲେଣି । ପେଟ୍ରୋଲ, ଡିଜେଲ ଦର ୧୦୦ ପାର ହୋଇଥିବା ବେଳେ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ୧ହଜାର ପାଖାପାଖି ହେଲାଣି । ଖାଇବା ତେଲ ସହ ଅନ୍ୟ ରାସନ ସାମଗ୍ରୀର ଦର ମଧ୍ୟ ହୁ ହୁ ହୋଇ ବଢି ଚାଲିଛି । କରୋନା କାଳରେ ରୋଜଗାର ହରାଇ ଲୋକେ ଘରେ ବସି ରହିଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ଯୋଗୁଁ ଦିନକୁ ଦି ଓଳା ଖାଇବା ଯୋଗାଡ କରିବା ମଧ୍ୟ ସେମାନଙ୍କ ପକ୍ଷରେ ସମ୍ଭବ ହୋଇପାରୁନାହିଁ । ଆଗାମୀ ଦିନରେ ଯଦି ଏସବୁ ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ ବୃଦ୍ଧିର ହ୍ରାସ ନ ହୁଏ ତେବେ ଆଗାମୀ ଦିନରେ କଂଗ୍ରେସ ଦଳ ପକ୍ଷରୁ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି । ପରେ ଛତ୍ରପୁର ବ୍ଲକ କାର୍ଯ୍ୟାଳୟକୁ ବିଭିନ୍ନ ଦୁର୍ନିତି ନେଇ କଂଗ୍ରେସ ପକ୍ଷରୁ ବ୍ଲକ ସଭାପତି ଅବନୀ ଶତପଥି ଓ ବରିଷ୍ଠ କଂଗ୍ରେସ ନେତା ଭାଗିରଥି ବେହେରାଙ୍କ ନେତୃତ୍ୱରେ ଘେରାଉ କରାଯାଇଥିଲା । ବିଭିନ୍ନ ଦାବି ନେଇ ଏକ ଦାବି ପତ୍ର ବିଡିଓ ଅମ୍ବିକା ପ୍ରସାଦ ଦାଶଙ୍କୁ ମଧ୍ୟ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ଜେନାଙ୍କ ସହ କୃଷକ ସେଲ୍ ର ଓଡିଶା ପ୍ରଭାରୀ ରଶ୍ମି ରଞ୍ଜନ ପଟ୍ଟନାୟକ, ଛତ୍ରପୁର ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ଭାଗିରଥି ବେହେରା, ଛତ୍ରପୁର ବ୍ଲକ ସଭାପତି ଅବନୀ ଶତପଥି, ଗଞ୍ଜାମ ବ୍ଲକ ସଭାପତି ଗଣେଷ ରେଡ୍ଡି, ଛତ୍ରପୁର ଏନଏସି ସଭାପତି ଜଲାଲ ଖାନ୍‌, ପୁର୍ବତନ ସରପଂଚ ଟି. କ୍ରିଷ୍ଣା ରେଡ୍ଡି, ବନଜା ପଣ୍ଡା, ସଞ୍ଜୟ ଆଚାର୍ଯ୍ୟ, ମହେସ ଗୌଡ, ବଳିଆ ବେହେରା, ଇଜୁ ଆମିନ ଖାନ୍‌, ଆଇନଜିବି ବାବୁ ନାହାକ, ଧର୍ମରାଜୁ ରେଡ୍ଡିଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ