କଂଗ୍ରେସ ପକ୍ଷରୁ ପଟ୍ଟାରିକ୍ସା ଚାଳକଙ୍କୁ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ

ଛତ୍ରପୁର, (ଓ୍ବାଇଏନ୍ଏସ୍):ଲକ୍‌ଡାଉନ୍ ପାଇଁ ସବୁଠାରୁ ବିପଦରେ ଓ ଦୁର୍ଦ୍ଦଶାରେ ଜୀବନ ବିତାଉଥିବା ନିରାଶ୍ରୟ ପଟ୍ଟା ରିକ୍ସା ଚାଳକଙ୍କୁ ଛତ୍ରପୁର କଂଗ୍ରେସ ପକ୍ଷରୁ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରାଯାଇଛି । ଲକ୍‌ଡାଉନ୍‌ରେ ପଟ୍ଟା ରିକ୍ସା ଚାଳକମାନଙ୍କ ରିକ୍ସା ଗଡିବା ବନ୍ଦ ହୋଇଥିବାରୁ ସେମାନଙ୍କ ପରିବାରର ପ୍ରତିପୋଷଣରେ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ପକ୍ଷରୁ ସେମାନଙ୍କୁ ସହାୟତା ପାଇଁ ହାତ ବଢାଇଛି । ଆଳୁ,ପିଆଜ, ଡାଲି, ସୁଜି, ଚିନି, ସାବୁନ ଆଦି ଶୁଖିଲା ଖାଦ୍ୟ ସାମଗ୍ରୀ ସହିତ ସାବୁନ ଏବଂ ମାସ୍କ ପ୍ରଦାନ କରାଯାଇଛି । ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା, ଛତ୍ରପୁର ନିର୍ବାଚନମଣ୍ଡଳୀ କଂଗ୍ରେସ ନେତା ଭାଗିରଥୀ ବେହେରା, ପୂର୍ବତନ ସରପଞ୍ଚ ଟି.କ୍ରିଷ୍ଣା ରେଡ୍ଡୀ, ଏନ୍‌.ରାମାରାଓ, ସୁବୋଧ ସୁମନ ସ୍ୱାଇଁ, ମହେଶ ଗୌଡ, ରାକେଶ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ସମ ଦୂରତା ରକ୍ଷା କରି ପଟ୍ଟା ରିକ୍ସା ଚାଳକଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ