କଂଗ୍ରେସ ପକ୍ଷରୁ ସମ୍ବିଧାନ ଦିବସ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା) : ସ୍ଥାନୀୟ ବ୍ଲକ ଅନ୍ତର୍ଗତ ପୁରୁଣା ଛତ୍ରପୁର ଗ୍ରାମରେ କଂଗ୍ରେସ ପାର୍ଟିର ରାଜ୍ୟ ଅନୂସୂଚିତ ଜାତି ସେଲ୍ ର ସଂଯୋଜକ ଭାଗିରଥି ବେହେରାଙ୍କ ନେତୃତ୍ୱରେ ସମ୍ବିଧାନ ଦିବସ ପାଳନ କରାଯାଇଛି । ଏହି ଅବସରରେ ନିର୍ବାଚନ ମଣ୍ଡଳୀର ବହୁ ଦଳୀୟ ନେତା ଓ କର୍ମୀ ମାନେ ଯୋଗ ଦେଇ ଭାରତର ସମ୍ବିଧାନ ପ୍ରଣେତା ଡକ୍ଟର ଭି. ଆର ଆମ୍ବେଦକରଙ୍କ ତୈଳ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତି ଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ବ୍ଲକ ସଭାପତି ଏନ୍‌. ଗଣେଷ ରେଡ୍ଡି, ପୂର୍ବତନ ସରପଂଚ ତଥା ରାଜୀବ ଗାନ୍ଧି ପଂଚାୟତ ରାଜ ସଂଗଠନର ବ୍ଲକ ସଭାପତି ଟି. କ୍ରିଷ୍ଣା ରେଡ୍ଡି, ନଗର ସଭାପତି ଶ୍ରୀନିବାସ ରାଓ, ଗଞ୍ଜାମ ନଗର ସଭାପତି ବୁଲୁ ରେଡ୍ଡି, ବରିଷ୍ଠ ଆଇନଜିବୀ ବାବୁ ନାହାକ, ଯୁବ କଂଗ୍ରେସ ନେତା ଭବାନୀ ବେହେରା, ଚନ୍ଦ୍ର ଶେଖର ରେଡ୍ଡି, ଛାତ୍ର ନେତା ମହେଶ କୁମାର ଗୌଡ, ଚକ୍ରପାଣି ପଲାଇ, ମୁନା ଦାସ ଓ ପର୍ଶୁରାମ ପରିଡାଙ୍କ ସମେତ ବହୁ ଯୁବକ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ