କଂଗ୍ରେସ ପକ୍ଷରୁ ସାମ୍ୱାଦିକ ସମ୍ମୀଳନୀ

ବାଲେଶ୍ଵର, (ସରୋଜ ପଣ୍ଡା):ସ୍ଥାନୀୟ ମିଶନ ପଡ଼ିଆ ପାଖ “ଟପ୍ ଏଣ୍ଡ ଟେଷ୍ଟି” (ଫାଣ୍ଟାସି)ରେ କଂଗ୍ରେସ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ସଞ୍ଜିବ କୁମାର ଗିରିଙ୍କ ଅଧ୍ୟକ୍ଷତାରେ ଏଆଇସିସି ସମ୍ପାଦକ ତଥା ଓଡ଼ିଶା ସହପ୍ରଭାରୀ ସାହାନାବାଜ ଚୈଧୁରୀ, ଏଆଇସିସି ବାଲେଶ୍ଵର ପ୍ରଭାରୀ ଶ୍ରୀଯୁକ୍ତ ଅଭୟ, ଜିଲ୍ଲା ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ଅଧ୍ୟକ୍ଷ ବିକାଶ କୁମାର ଦାସ, ଜିଲ୍ଲା କଂଗ୍ରେସ ଉପସଭାପତି ଗୋପିନାଥ ପାଢ଼ୀ ମଞ୍ଚାସୀନ ହୋଇ ରାଜ୍ୟ ବିଜେଡି ନବୀନ ପଟ୍ଟନାୟକ ସରକାର ଓ‌ କେନ୍ଦ୍ର‌ ମୋଦୀ ସରକାରଙ୍କ ବିଫଳତା ଏବଂ ମିଥ୍ୟା ପ୍ରତିଶୃତି ର କଡ଼ା ସମାଲୋଚନା କରିଥିଲେ। କଂଗ୍ରେସ ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ ବାଲେଶ୍ଵରରେ ଅଳ୍ପ ଦିନରେ ଯେଉଁ ଉନ୍ନତି ମୂଳକ ବହୁମୁଖି କାର୍ଯ୍ୟ ଯଥା ସିପେଟ, ଏମ୍ସ ହସ୍ପିଟାଲ,ନୋସି ପାର୍କ, ବାଲେଶ୍ଵର ଟ୍ରୋମା ସେଣ୍ଟର, ରେଲୱେ ଲେବୁଲ କ୍ରସିଙ୍ଗ ଉଡନ୍ତା ପୋଲ ପ୍ରଭୃତି ଉନ୍ନତି ମୂଳକ କାର୍ଯ୍ୟକ୍ରମ କରିଛନ୍ତି ୧୦ ବର୍ଷର ବିଜେପି ମୋଦି ସରକାର କିଛି କରି ନାହାଁନ୍ତି। ଖାଲି ମିଥ୍ୟା ପ୍ରତିଶୃତି ଦେଇ ଭୋଟ ନେଇ ଚାଲିଛନ୍ତି। ଓଡିଶା ଏକ ପ୍ରାକୃତିକ ସମ୍ପଦର ଗନ୍ତାଘର ହୋଇଥିବାରୁ ଏ ଦୁଇ ସରକାର ଓଡିଶାକୁ ଲୁଟି ଭାରତର ସବୁଠାରୁ ଗରିବ ରାଜ୍ୟରେ ପରିଣତ କରିଛନ୍ତି,ସେହିଭଳି ଓଡ଼ିଶାରେ ୨୫ବର୍ଷ ସରକାର ସମୟରେ ଯେଉଁ ଚିଟଫଣ୍ଡ ଦୁର୍ନୀତି ହୋଇଛି ଯାହାଫଳରେ ଓଡ଼ିଶାର ବହୁ ପରିବାର ପ୍ରଭାବିତ ହୋଇଛନ୍ତି ,କଂଗ୍ରେସ ସରକାରକୁ ଆସିଲେ ପ୍ରଭାବିତ ପରିବାରଙ୍କୁ ସହାୟତା କରିବା ପାଇଁ ପ୍ରତିଶ୍ରୁତି ବଦ୍ଧ।ସେହିପରି କେନ୍ଦ୍ର କଂଗ୍ରେସ ଓ ରାଜ୍ୟ କଂଗ୍ରେସ ଗ୍ୟାରେଣ୍ଟି ବିଷୟରେ ବିଶଦ ଭାବେ ଆଲୋଚନା କରିଥିଲେ। ଏଣୁ ଏଥର ନିର୍ବାଚନରେ ବାଲେଶ୍ଵରର ବିକାଶ ପୁରୁଷ ଶ୍ରୀକାନ୍ତ ଜେନା ଏବଂ ସମସ୍ତ ବିଧାୟକ ପ୍ରାର୍ଥୀ ମାନଙ୍କୁ ବିପୁଳ ସଂଖ୍ୟାରେ ହାତ ଚିହ୍ନରେ ଭୋଟ ଦେବାକୁ ସହ ପ୍ରଭାରୀ ସାହାନାବାଜ ଚୌଧୁରୀ ନିବେଦନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ