କଂଗ୍ରେସ ପ୍ରାର୍ଥୀ ବିଜୟ ପଟ୍ଟନାୟକଙ୍କ ବିଜୟ ନିଶ୍ଚିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ଠାରେ ଥିବା ହୋଟେଲ ସାଇ ଇଣ୍ଟର ନ୍ୟାସନାଲ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା. ଏଥିରେ କଂଗ୍ରେସ ତାର ଗ୍ୟାରେଣ୍ଟିକୁ କାର୍ଯକାରୀ କରିବା ପାଇଁ ପ୍ରତିଶୃତିବଦ୍ଧ ବୋଲି ଅଖିଳ ଭାରତୀୟ କଂଗ୍ରେସ କମିଟିର ପ୍ରବକ୍ତା ପ୍ରଭାତ କୁମାର ପ୍ରକାଶ କରି କହିଛନ୍ତି ଚଳିତ ନିର୍ବାଚନରେ ପାରଳା ଆସନରୁ କଂଗ୍ରେସର ବିଜୟ ନିଶ୍ଚିତ। ବହୁ ଚର୍ଚ୍ଚିତ ବିଜୟ କୁମାର ପଟ୍ଟନାୟକ ସଂଖ୍ୟାଧିକ ଭୋଟରେ ବିଜୟ ଲାଭ କରି ରେକଡ ସୃଷ୍ଟି କରିବେ. ସେ କହିଛନ୍ତି ଯେ, ଗତ ୧୦ବର୍ଷ ହେଲା କେନ୍ଦ୍ରରେ ବିଜେପି ଏବଂ ୨୪ବର୍ଷ ହେଲା ରାଜ୍ୟରେ ଚାଲିଥିବା ବିଜେଡି ସରକାର କେବଳ ଲୋକଙ୍କୁ ଭୂଆଁ ବୁଲାଇବାରେ ବ୍ୟସ୍ତ । ମିଛ କହିବା ଏମାନଙ୍କ ଏକ ବିଶେଷ ଗୁଣ । ତେଣୁ ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତା ରହିଛି । ଏହାକୁ ସାରା ଦେଶର ଲୋକେ ଠିକ ବୁଝି ସାରିଲେଣି । ତେଣୁ ଓଡିଶାର ଲୋକେ ମଧ୍ୟ ଏହାକୁ ଠିକ ଭାବେ ବୁଝିସାରିଛନ୍ତି । ତେଣୁ ଏଥର କଂଗ୍ରେସକୁ ପୁଣି ଥରେ ଫେରାଇ ଆଣିବାକୁ ମନସ୍ଥ କରିସାରିଛନ୍ତି । ଯାହା ଜୁନ୍ ୪ତାରିଖରେ ପ୍ରକାଶିତ ହେବାକୁ ଥିବା ଫଳାଫଳ ସ୍ପଷ୍ଟ କରିବ । କଂଗ୍ରେସ ଶାସନ କ୍ଷମତାକୁ ଫେରିଲେ ବର୍ତ୍ତମାନ ଦେଇଥିବା ୫ନ୍ୟାୟ ପ୍ରଦାନ ସହ ୯ ଗ୍ୟାରେଣ୍ଟିକୁ କାର୍ଯ୍ୟକାରୀ କରିବ । ପୂର୍ବରୁ ମଧ୍ୟ କଂଗ୍ରେସ ନିକ କଥା ରଖିବାରେ ସମର୍ଥ ହୋଇଛି । ତେଣୁ ଏଥର ମଧ୍ୟ ତାହା କରିବ । ଅନ୍ୟ ଦଳ ଭଳି କେବଳ ଘୋଷଣା ନୁହେଁ, ଯାହା ପ୍ରକୃତରେ କରାଯାଇ ପାରିବ ତାହାକୁ ହିଁ ଗ୍ୟାରେଣ୍ଟି ଭାବେ କହିଛି କଂଗ୍ରେସ ବୋଲି ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏଆଇସିସି ପର୍ଯ୍ୟବେକ୍ଷକ ରବିନ୍ଦ୍ର ପ୍ରତାପ ସିଂ, ପାରଳାଖେମୁଣ୍ଡି କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଜୟ ପଟନାୟକ ଏବଂ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ରଶ୍ମୀ ପଟନାୟ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ